ଓଡ଼ିଶାରେ ପ୍ରଥମଥର: ନିର୍ବାଚନରେ ଇଭିଏମ ସହ ବ୍ୟବହାର ହେବ ଭିଭିପାଟ୍‌ ମେସିନ୍‌

Advertisment
ଓଡ଼ିଶାରେ ପ୍ରଥମଥର: ନିର୍ବାଚନରେ ଇଭିଏମ ସହ ବ୍ୟବହାର ହେବ ଭିଭିପାଟ୍‌ ମେସିନ୍‌

ନୂଆଦିଲ୍ଲୀ: ଏଣିକି ନିର୍ବାଚନରେ ଇଭିଏମ ସହ ବ୍ୟବହାର ହେବ ଭିଭିପାଟ୍‌ ମେସିନ୍‌ ବୋଲି ଶୁକ୍ରବାର ସୂଚନା ମିଳିଛି। ଆଉ ଇଭିଏମ ମେସିନ ଟ୍ୟାମ୍ପରିଂ ହୋଇପାରିବ ନାହିଁ। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପୁର ଉପନିର୍ବାଚନରେ ଇଭିଏମ୍‌ ସହ ଭିଭିପାଟ୍‌ ମେସିନ୍‌ ବ୍ୟବହାର କରାଯିବ ବୋଲି ଶୁକ୍ରବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଡି. ଏନ୍‌. ଗୁପ୍ତା ସୂଚନା ଦେଇଛନ୍ତି। ବିଜେପୁରର ୨୭୦ଟି ମେସିନରେ ଭିଭିପାଟ୍‌ ମେସିନ୍‌ ବ୍ୟବହାର ହେବ ।

ସୂଚନାଯୋଗ୍ୟ, ଭିଭିପାଟ୍‌ ମେସିନ୍‌ ହେଉଛି ଭୋଟର ଭେରିଫାଏବଲ୍‌ ପେପର୍‌ ଅଡିଟ୍‌ ଟ୍ରେଲ୍‌ । ଅର୍ଥାତ ଜଣେ ଭୋଟର ଭୋଟ୍‌ ଦେବା ପରେ ସେ କେଉଁ ଦଳକୁ ଭୋଟ ଦେଲେ ତାହା ନିଜେ ଜାଣିପାରିବେ। ଭୋଟଦାତାଙ୍କ ଏକ ଚିରକୁଟ୍‌ ସ୍ୱତନ୍ତ୍ର ବାକ୍ସରେ ସଂଗୃହୀତ ହେବ । ଯଦି ନିର୍ବାଚନ ପରେ ଭୋଟ ସଂଖ୍ୟା ନେଇ ପ୍ରାର୍ଥୀ ଅଭିଯୋଗ କରନ୍ତି ତାହାକୁ ଭିଭିପାଟ୍‌ ମେସିନ୍‌ ଜରିଆରେ ଗଣାଯାଇପାରିବ ।

ଆଗକୁ ସମସ୍ତ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭିଭିପାଟ୍‌ ମେସିନ୍‌ ବ୍ୟବହାର କରିବାକୁ ଭାରତର ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟରେ, ବିଜେପୁର ଉପନିର୍ବାଚନ ନେଇ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଥିବାରୁ ବିଜେପୁରରେ କେବେ ଉପନିର୍ବାଚନ ହେବ ତାହା ସ୍ପଷ୍ଟ ହୋଇନାହିଁ ବୋଲି ଡ. ଗୁପ୍ତା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe