ଘୋଷଣା କରି ଶ୍ରମିକଙ୍କ କଥା ଭୁଲିଗଲେ ରାଜ୍ୟ ସରକାର: ଘର ପାଇଁ ୬୫ ବର୍ଷର ଅପେକ୍ଷା

Advertisment
ଭୁବନପୁରରେ ବଢ଼ୁଛି ବସ୍ତି କଳେବର: ଆଡ଼ା ଜମାଇଲେଣି ଅସାମାଜିକ ତତ୍ତ୍ବ

smartcitybhubaneswar.gov.in

ରାଜଗାଙ୍ଗପୁର (ସୁନ୍ଦରଗଡ଼) : ରାଜ୍ୟ ସରକାର ରାଜ୍ୟରେ ଥିବା ସହରାଞ୍ଚଳରେ ରହୁଥିବା ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ମାଗଣାରେ ବାସଗୃହ ଯୋଗାଇଦେବା ପାଇଁ ‘ଜାଗା ମିସନ’ ଆରମ୍ଭ କରିଛନ୍ତି। ସରକାରଙ୍କର ଏହି ଅଭିଯାନରେ ଗରିବ ଲୋକମାନେ ବାସଗୃହ ଖଣ୍ଡେ ମାଗଣାରେ ପାଇପାରିବେ। ଅପରପକ୍ଷରେ ରାଜ୍ୟ ସରକାର ୬୫ ବର୍ଷ ଧରି ଅପେକ୍ଷା କରି ରହିଥିବା କାରଖାନା ଶ୍ରମିକଙ୍କ ପାଇଁ ବାସଗୃହ ଦେବାର ପୁରୁଣା ପ୍ରତିଶ୍ରୁତିକୁ ଭୁଲି ଯାଇଛନ୍ତି। ସାରା ଓଡ଼ିଶାର ବିଭିନ୍ନ ଶିଳ୍ପାଞ୍ଚଳରେ ଥିବା ଉକ୍ତ ଘରଗୁଡ଼ିକୁ ଏଯାଏ ହସ୍ତାନ୍ତର କରାଯାଇନାହିଁ। ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କର କେବେ ମନେ ପଡ଼ିବ, ତାହାକୁ ୧୨୭୦ଟି ଶ୍ରମିକ ପରିବାର ଚାତକ ଭଳି ଚାହିଁ ରହିଛନ୍ତି।

publive-image Himal Southasian

ପ୍ରାୟ ୭୦ ବର୍ଷ ତଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନଗର ଉନ୍ନୟନ ବିଭାଗର ମିଳିତ ଭାଗୀଦାରରେ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ରହିବା ପାଇଁ ଶସ୍ତା ବାସଗୃହ ନିର୍ମାଣ କରାଯାଇଥିଲା। ଓଡ଼ିଶାରେ ତିଆରି ହୋଇଥିବା ମୋଟ୍‌ ୧୨୭୦ଟି ବାସଗୃହ ମଧ୍ୟରୁ ରାଜଗାଙ୍ଗପୁରରେ ୧୩୨, କଟକ ରାଜା ବଗିଚାରେ ୧୬୦ ଓ ନୟାବଜାରରେ ୨୮୧, ଚୌଦ୍ବାରରେ ୨୨୮, ଭୁବନେଶ୍ବରରେ ୩୦, ବ୍ରହ୍ମପୁରରେ ୧୨, ସମ୍ବଲପୁର ମୋଦିପଡ଼ାରେ ୫୦, ଝାରୁସୁଗୁଡ଼ାରେ ୨୦, ବ୍ରଜରାଜନଗରରେ ୧୦, ହୀରାକୁଦରେ ୫୪, ରାଉରକେଲାରେ ୨୧୬, ବଡ଼ବିଲରେ ୧୨, ଜୋଡ଼ାରେ ୧୨, ଜୟପୁରରେ ୧୨, କେସିଙ୍ଗାରେ ୧୦, ଟିଟିଲାଗଡ଼ରେ ୧୦ ଓ ବାରିପଦାରେ ୨୦ଟି ବାସଗୃହ ନିର୍ମାଣ କରାଯାଇଥିଲା। ବିଭିନ୍ନ କଳକାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଶସ୍ତାରେ ଭଡ଼ାସୂତ୍ରରେ ଘର ଯୋଗାଇଦେବା ଏହାର ମୁଖ୍ୟ ଲକ୍ଷ୍ୟ ରହିଥିଲା। ତେବେ ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ବିଭାଗ ୧୯୮୭ ଜୁନ ୨୪ରେ ଗେଜେଟ୍‌ ନୋଟିଫିକେସନ ଜରିଆରେ ଉକ୍ତ ବାସଗୃହଗୁଡ଼ିକୁ ସେଥିରେ ରହୁଥିବା ଶ୍ରମିକମାନଙ୍କୁ ମାଗଣାରେ ପ୍ରଦାନ କରାଯିବ ବୋଲି ନିର୍ଦେଶ ପ୍ରକାଶିତ କରିଥିଲେ। ଘର ସହିତ ପ୍ରତି ଶ୍ରମିକଙ୍କୁ ୪ ଡେସିମିଲ ଜମି ମାଗଣାରେ ଦିଆଯିବା ଘୋଷଣା ହୋଇଥିଲା। କେବଳ ଜମିର ମୂଲ୍ୟ ନିର୍ଦ୍ଧାରଣ କରି ଜମି ରେଜିଷ୍ଟ୍ରି ଖର୍ଚ୍ଚ ଶ୍ରମିକ ବହନ କରିବେ ବୋଲି କୁହା ଯାଇଥିଲା।

publive-image Odisha Bytes

ଶ୍ରମିକମାନଙ୍କୁ ଜମି ଓ ବାସଗୃହ ହସ୍ତାନ୍ତର କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ରାଜ୍ୟ ସରକାରଙ୍କ ଶ୍ରମ ଆୟୁକ୍ତ ଏହାର ଅଧ୍ୟକ୍ଷ ରହିଥିବା ବେଳେ ଜିଲ୍ଳାପାଳଙ୍କୁ ସଭ୍ୟ ଭାବେ ତଥା ଗୃହ ଓ ନଗର ଉନ୍ନୟନ ବିଭାଗ ଆବାହକ ଭାବେ ଏଥିରେ ରହିଛନ୍ତି। ପ୍ରଥମେ କମିଟିରେ ଲୋକମାନଙ୍କ ନାମ ସୁପାରିସ ହେବା ପରେ ରାଜସ୍ବ ବିଭାଗ ଜମି ହସ୍ତାନ୍ତର କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେବ ଏବଂ ତାପରେ ଜମି ଓ ଘରର ପଞ୍ଜୀକରଣ କରିବାଲାଗି ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ରାଜ୍ୟ ସରକାର ଗେଜେଟ୍‌ରେ ପ୍ରକାଶିତ କରିବା ପରେ ୬୫ ବର୍ଷ ପରେ ମଧ୍ୟ ଆଜି ଯାଏଁ ଶ୍ରମିକମାନଙ୍କ ବାସଗୃହଗୁଡ଼ିକ ହସ୍ତାନ୍ତର କରିବା ପାଇଁ ପଦକ୍ଷେପ ନିଆ ଯାଇନାହିଁ। ସେଠାରେ ରହୁଥିବା ଶ୍ରମିକମାନଙ୍କ ମଧ୍ୟରେ ଅଧିକାଂଶଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ପରିବାର ଲୋକେ କେତେକ ଘରକୁ ଅନ୍ୟ ଲୋକଙ୍କୁ ଭଡ଼ାସୂତ୍ରରେ ଦେଇଛନ୍ତି। ଶ୍ରମିକମାନଙ୍କ ନାମରେ ଗୃହଗୁଡ଼ିକ ହସ୍ତାନ୍ତର ହୋଇନଥିବାରୁ ଘର ଟିକସ ଆଦାୟ ମଧ୍ୟ ସମ୍ଭବପର ହେଉନାହିଁ। ଏ ଦିଗରେ ରାଜଗାଙ୍ଗପୁରର ଶ୍ରମିକମାନେ ୨୦୦୯ରୁ ଲଢ଼ାଇ ଜାରି ରଖିଥିଲେ ମଧ୍ୟ ଜିଲ୍ଳାପାଳଙ୍କଠାରୁ ଆରମ୍ଭ କରି ରାଜ୍ୟ ନଗର ଉନ୍ନୟନ ବିଭାଗ ଆଦୌ ଦୃଷ୍ଟି ଦେଉନାହାନ୍ତି। ଫଳରେ ଦୀର୍ଘ ୬୫ ବର୍ଷ ଧରି ଲୋକଙ୍କ ପ୍ରତୀକ୍ଷା ଶେଷ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe