ସଭାପତିଙ୍କ ପଛରେ ପେଟ କାଢ଼ି ବୁଲିଲେ ରାଜନୀତି ହେବନି: ତାରା

Advertisment
ମହାନଦୀକୁ ନେଇ କାଦୁଅଫିଙ୍ଗା

Molitics

ଭୁବନେଶ୍ବର : ରାଜ୍ୟ କଂଗ୍ରେସର ଦୁଇଦିନିଆ ନବସଂକଳ୍ପ ଶିବିରରେ ୩ ବିଧାୟକ ଉପସ୍ଥିତ ରହିବାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ବିଧାୟକ ତାରା ପ୍ରସାଦ ବାହିନୀପତି, ରମେଶ ଜେନା ଓ ମହମ୍ମଦ ମୋକିମ୍ ବିଭିନ୍ନ କାରଣରୁ ଶିବିରରେ ଯୋଗଦେଇ ପାରି ନାହାନ୍ତି। ହେ‌ଲେ ଶିବିରରେ ଯୋଗ ଦେଇ ନଥିଲେ ହେଁ ତାରା ଆଜି ଗଣମାଧ୍ୟମ ଆଗରେ ନିଜ ଅନୁପସ୍ଥିତ ରହିବାର କାରଣ ସ୍ପଷ୍ଟ କରିଛନ୍ତି।

ତାରା କହିଛନ୍ତି ଯେ ଅସୁସ୍ଥତା କାରଣ ପାଇଁ ଶିବିରରେ ଯୋଗଦେଇ ପାରିନାହିଁ। ମାତ୍ର ଦଳ ପ୍ରତି ସମର୍ଥନ ଜାରି ରହିବ। କାନକୁହା କଥା ଶୁଣିବେନି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସ୍ବାଗତଯୋଗ୍ୟ। ହେଲେ କିଛି ନେତା ପରିଶ୍ରମ ନ କରି ପିସିସି ସଭାପତିଙ୍କ ପଛରେ ପେଟ କାଢ଼ି ବୁଲୁଛନ୍ତି। ଦଳକୁ ମଜଭୁତ କରିବାକୁ ହେଲେ ଫିଲ୍ଡରେ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ତାରା କହିଛନ୍ତି। ନିର୍ଦ୍ଦିଷ୍ଟଭାବେ ତାରା କାହାକୁ ଇଙ୍ଗିତ କରିଛନ୍ତି ତାହାକୁ ନେଇ ଚର୍ଚା ବଢ଼ିବାରେ ଲାଗିଛି। ଅପରପକ୍ଷରେ ତାରାଙ୍କ ଏହି ମନ୍ତବ୍ୟକୁ ଠିକ୍ ବୋଲି କହିଛନ୍ତି ସଭାପତି ଶରତ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଦଳକୁ ଉଠାଇବାକୁ ହେଲେ ପରିଶ୍ରମ କରିବାକୁ ପଡ଼ିବ। ତାରାଙ୍କ ପେଟରେ କିଛି କଥା ରହି ନ ଥାଏ। ସେ ଯାହା ବି କହିଥାନ୍ତି ରୋକଠୋକ୍ କହିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe