ରାତିରେ ଘରେ ଏକା ଶୋଇଥିଲେ: ଘର ଭୁଶୁଡ଼ି ଯୁବକଙ୍କ ମୃତ୍ୟୁ

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଆମପାଣି ଥାନା ସିଉନି ସାଗରପଡ଼ାରେ ଘର ଭୁଶୁଡ଼ି ଘାସିରାମ ହଂସ (୪୨)ଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ବରାଡ଼ଙ୍ଗା ପଞ୍ଚାୟତ ସିଉନି ସାଗରପଡ଼ାର ଘାସିରାମ ହଂସ ସୋମବାର ରାତିରେ ଘରେ ଏକା ଶୋଇଥିଲେ। ରାତି ପ୍ରାୟ ୨ଟାରେ ହଠାତ୍ ଘର ଭୁଶୁଡ଼ି ପଡ଼ିଥିଲା। ଚିତ୍କାର ଶୁଣି ସାହି ପଡ଼ିଶା ଦୌଡ଼ି ଆସିଥିଲେ। ଘାସିରାମଙ୍କୁ ଉଦ୍ଧାର କରି ପରିବାର ଲୋକ କୋକସରା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆମପାଣି ଥାନା ପୁଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ କୋକସରା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତେଣୁ ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe