କାନ୍ଥ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ,ମୃତ ଶ୍ରମିକଙ୍କ ପତ୍ନୀଙ୍କୁ ୩ ଲକ୍ଷ ଅନୁକମ୍ପାମୂଳକ କ୍ଷତିପୂରଣ

Advertisment
କାନ୍ଥ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ,ମୃତ ଶ୍ରମିକଙ୍କ ପତ୍ନୀଙ୍କୁ ୩ ଲକ୍ଷ ଅନୁକମ୍ପାମୂଳକ କ୍ଷତିପୂରଣ

ରାଉରକେଲା: ଟିମ୍ବରକଲୋନି ମା’ ବୈଷ୍ଣବଦେବୀ ମନ୍ଦିର ନିକଟସ୍ଥ ବସ୍ତିରେ କାନ୍ଥପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଲାଠିକଟା ବ୍ଲକ୍‌ ବିରକେରାର ଅର୍ଜୁନ ସାମଦ (୪୫)। ମୃତକଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଓ ପରିବାର ଘଟଣାସ୍ଥଳରେ ଆନ୍ଦୋଳନ କରିଥିଲେ। ଘର ମାଲିକ ମହବତିଆ ସାହା ପତ୍ନୀଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଅନ୍ତେଷ୍ଟିକ୍ରିୟା ଖର୍ଚ୍ଚ ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ପ୍ଲାଣ୍ଟସାଇଟ୍‌ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ପତ୍ନୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅର୍ଜୁନ ସାମଦ ରୋଜଗାର କରିବାକୁ ପରିବାର ସହ ରାଉରକେଲା ଆସିଥିଲେ। ବନ୍ଧମୁଣ୍ଡା ତିଲକାନଗର ଘର ଭଡା ନେଇ ପରିବାର ସହ ରହୁଥିଲେ। ଗତ ତିନିଦିନ ଧରି ଟିମ୍ବରକଲୋନି ମା’ ବୈଷ୍ଣୋଦେବୀ ନିକଟସ୍ଥ ବସ୍ତିରେ ମହବତିଆ ସାହାଙ୍କ ଘର ତିଆରି କାମ କରୁଥିଲେ।

ଗାତ ଖୋଳୁଥିବାବେଳେ ପୁରୁଣାକାନ୍ଥ ଭୁଶୁଡ଼ି ତାଙ୍କ ଉପରେ ପଡ଼ିଯାଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକ, ମୃତକଙ୍କ ପତ୍ନୀ ଓ ପରିବାର ଘଟଣାସ୍ଥଳ ପହଞ୍ଚି ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe