ରେଳବାଇର ୱାଲଟିୟର ଡିଭିଜନ୍‌କୁ ମିଳିଲା ନୂଆ ଡିଆରଏମ୍

ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ୍‌ର ଡିଆରଏମ୍ ସୌରଭ ପ୍ରସାଦ ମୁମ୍ବାଇରେ ୨୫ଲକ୍ଷ ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡ଼ିଥିଲେ। ଏହି ପଦବି ଗତ ୪ଦିନ ହେବ ଖାଲି ପଡିଥିଲା। ଭାରତୀୟ ରେଳବାଇ ଏହି ପଦବିରେ ଜଣେ ଓଡ଼ିଆ ଅଧିକାରୀଙ୍କୁ ଅବସ୍ଥାପିତ କରିଛନ୍ତି।

DRM Manoj Ku Sahu

କୋରାପୁଟ: ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନର ଡିଆରଏମ୍ ସୌରଭ ପ୍ରସାଦ ମୁମ୍ବାଇରେ ୨୫ଲକ୍ଷ ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡ଼ିଥିବା ପରେ ଏହି ପଦବି ଗତ ୪ଦିନ ହେବ ଖାଲି ପଡିଥିଲା। ଭାରତୀୟ ରେଳବାଇ ଏହି ପଦବିରେ ଜଣେ ଓଡ଼ିଆ ଅଧିକାରୀଙ୍କୁ ଅବସ୍ଥାପିତ କରିଛନ୍ତି। ଏଡିଆରଏମ୍ (ଅପରେସନ୍) ମନୋଜ କୁମାର ସାହୁ ଡିଆରଏମ୍ ଭାବେ ଦାୟିତ୍ବ ନେଇଛନ୍ତି। ଏଥି ସହିତ ଶ୍ରୀ ସାହୁ  କାର୍ଯ୍ୟ ଆରମ୍ଭ କରିଛନ୍ତି।

ମନୋଜ କୁମାର ସାହୁ ୨୬ବର୍ଷ ହେବ ସେ ରେଳବାଇର ସାଉଥଇଷ୍ଟ ସେଂଟ୍ରାଲ, ସାଉଥ ଇଷ୍ଟର୍ଣ୍ଣ, ଇଷ୍ଟକୋଷ୍ଟ ରେଳୱେରେ କାମ କରି ଆସିଛନ୍ତି। ଏହା ସେ ବିଶାଖାପାଟଣା ରେଳବିକାଶ ନିଗମରେ ବି କାମ କରି ଆସିଛନ୍ତି।

ସୂଚନାଯୋଗ୍ୟ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ମନୋଜ କୁମାର ସାହୁ ଇଲେକ୍ଟ୍ରିକାଲରେ ବିଇ ପାସ୍ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରେ ପିଜିଡିଏଚଆରଏମ୍ ଓ ଆନ୍ଧ୍ର ବିଶ୍ବବିଦ୍ୟାଳୟରୁ ଏମବିଏ ପଢ଼ିଛନ୍ତି ଶ୍ରୀ ସାହୁ। ୨୬ବର୍ଷ ହେବ ସେ ରେଳବାଇର ସାଉଥଇଷ୍ଟ ସେଂଟ୍ରାଲ, ସାଉଥ ଇଷ୍ଟର୍ଣ୍ଣ, ଇଷ୍ଟକୋଷ୍ଟ ରେଳୱେରେ କାମ କରି ଆସିଛନ୍ତି। ଏହା ସେ ବିଶାଖାପାଟଣା ରେଳବିକାଶ ନିଗମରେ ବି କାମ କରି ଆସିଛନ୍ତି। ସେ ଏହା ସହ ସିଙ୍ଗାପୁର, ମାଲେସିଅରେ ଆଡଭାନସ୍ ମ୍ୟାନଜମ୍ୟାଣ୍ଟ ପ୍ରୋଗ୍ରାମରେ ଭାଗ ନେଇଥିଲେ। ଏହା ସହ ଅହମାଦବାଦସ୍ଥିତ ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ୍ ଅଫ ମ୍ୟାନଜମ୍ୟାଣ୍ଟ (ଆଇଆଇଏମ୍)ରେ ମ୍ୟାନଜମ୍ୟାଣ୍ଟ ପ୍ରୋଗ୍ରାମରେ ବି ଭାଗ ନେଇ ଉଚ୍ଚ ପ୍ରଶଂସିତ ହୋଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe