ପୁଣି ତେଜିଲା ଓ୍ୱାକଫ ଚର୍ଚ୍ଚା: ସୁଲତାଙ୍କ ମନ୍ତବ୍ୟ ନେଇ ରାଜନୈତିକ ଉଷ୍ଣତା ବୃଦ୍ଧି

ରାଜ୍ୟରେ ପୁଣି ଓ୍ୱାକଫ ଚର୍ଚ୍ଚା ତେଜିଲା। କିଛି ଦିନ ତଳେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ୍ୱାକଫ ବିଲ୍ ସପକ୍ଷରେ ଭୋଟ୍ ଦେଇଥିବା କହିଥିଲେ। ଯାହା ପରେ ବିବାଦ ଆରମ୍ଭ ହୋଇଥିଲା। ବିଜେଡି ଦୁଇ ଫାଳ ହେବ ବୋଲି ଚର୍ଚ୍ଚା ହୋଇଥିଲା...

Waqf debate heats up again: Political heat rises over Sulata Deo's comments

Waqf debate heats up again: Political heat rises over Sulata Deo's comments Photograph: (sambad.in)

ଭୁବନେଶ୍ୱର: ରାଜ୍ୟରେ ପୁଣି ଓ୍ୱାକଫ ଚର୍ଚ୍ଚା ତେଜିଲା। କିଛି ଦିନ ତଳେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ୍ୱାକଫ ବିଲ୍ ସପକ୍ଷରେ ଭୋଟ୍ ଦେଇଥିବା କହିଥିଲେ। ଯାହା ପରେ  ବିବାଦ ଆରମ୍ଭ ହୋଇଥିଲା। ବିଜେଡି ଦୁଇ ଫାଳ ହେବ ବୋଲି ଚର୍ଚ୍ଚା ହୋଇଥିଲା।

କିଛି ଦିନ ତଳେ ରାଜ୍ୟସଭା ସାଂସଦ ସୁଲତା ଦେଓ ଓ୍ୱକଫ ବିଲ୍ ସମ୍ପର୍କରେ କାହାକୁ ଭୋଟ୍ ଦେଇଛନ୍ତି କହିବେନି ବୋଲି ମନା କରିଥିଲେ। ଏହାସହିତ ସେ ସସ୍ମିତ ପାତ୍ରଙ୍କ ସପକ୍ଷରେ ବାହାରିଥିଲେ।  ଏବେ ସୁଲତା କହିଛନ୍ତି ସେ ଓ୍ୱାକଫ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି।

ସୁଲତା କହିଛନ୍ତି,ମୁଁ ଓ୍ୱାକଫ ସପକ୍ଷରେ ଭୋଟ୍ ଦେଇଛି। ଆମ ନେତା ବିବେକ ଅନୁମୋଦିତ ଭୋଟ୍ ଦେବାକୁ କହିଥିଲେ। ଆମେ ୪ ଜଣ ବୋଧ ହୁଏ ସପକ୍ଷରେ ଭୋଟ୍ ଦେଇଛୁ। ଜଣେ ଅନୁପସ୍ଥିତ ଥିଲେ, ୨ ଜଣ ବୋଧ ହୁଏ ବିପକ୍ଷରେ ଭୋଟ୍ ଦେଇଛନ୍ତି।

ସଂସଦରେ ଓ୍ୱାକଫ ବିଲ୍ ପାରିତ ହେବା ପାଇଁ ଭୋଟ୍ ପଡିଥିଲା। ପ୍ରଥମେ ବିଜେଡି ଏହି ବିଲ୍ ବିପକ୍ଷରେ ଭୋଟ୍ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ପରେ ବିଜେଡି ସାଂସଦ ସସ୍ମିତ ପାତ୍ର ନିଜ ସୋସିଆଲ ମିଡିଆ ହ୍ୟାଣ୍ଡଲରେ କହିଲେ କି, ତାଙ୍କ ନେତା ନବୀନ ପଟ୍ଟନାୟକ ଆମକୁ ନିଜ ବିବେକ ଅନୁସାରେ ଭୋଟ୍ ଦେବାକୁ କହିଛନ୍ତି।

ତେଣୁ ସେ ଓ୍ୱାକଫ ବିଲ୍ ସପକ୍ଷରେ ଭୋଟ୍ ଦେବେ। ଆଉ ସେଇଆ ବି କଲେ। ଓ୍ୱାକଫ ବିଲ୍ ସପକ୍ଷରେ ଭୋଟ୍ ଦେଲେ। ଯାହା ପରେ ବିବାଦ ଆରମ୍ଭ ହୋଇଥିଲା। ସସ୍ମିତଙ୍କୁ ଦଳରେ ବିରୋଧ କରାଯାଇଥିଲା‌। 

ଏପରିକି ସସ୍ମିତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ନବୀନଙ୍କ ପାଖକୁ ବିଜେଡିର ବରିଷ୍ଠ ନେତା ଚିଠି ଲେଖିଥିଲେ। ବିଜେଡି ରାଜ୍ୟସଭା ସାଂସଦ ମୁନା ଖାନ୍ ମଧ୍ୟ ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ନବୀନଙ୍କୁ ଭେଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe