୩ ମହାନଗର ନିଗମ ପାଇଁ ୱାର୍ଡ ଚିଠା ସଂରକ୍ଷଣ ତାଲିକା

Advertisment
ହୋର୍ଡିଂରେ କେଳେଙ୍କାରୀ : ବିଏସ୍‌ସିଏଲ୍‌ର ଘରୋଇ ସଂସ୍ଥା ପ୍ରୀତି

ଭୁବନେଶ୍ବର : ଓବିସିଙ୍କ ପାଇଁ ସଂରକ୍ଷଣ ଆସନକୁ ବାଦ୍‌ ଦେଇ ଆଜି ପୁଣିଥରେ ତିନି ମହାନଗର ନିଗମ ପାଇଁ ସୀମା ନିର୍ଦ୍ଧାରଣ ଓ ୱାର୍ଡ ଚିଠା ସଂରକ୍ଷଣ ତାଲିକା ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ଏକ ବିଜ୍ଞପ୍ତି ଜରିଆରେ ଏହି ତାଲିକା ଉପରେ ବିଭାଗ ଜନସାଧାରଣଙ୍କଠାରୁ ପ୍ରସ୍ତାବ ଓ ଅଭିଯୋଗ ଆହ୍ବାନ କରିଛି। ଆସନ୍ତା ୧୦ ଦିନ ଭିତରେ ଜନସାଧାରଣ ଅଭିଯୋଗ ଓ ପ୍ରସ୍ତାବ ଦେଇପାରିବେ। ଅଭିଯୋଗ ଓ ପ୍ରସ୍ତ‌ାବ ଉପରେ ବିଚାର କରି ବିଭାଗ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବ। ୧୦ଦିନ ପରେ ଆସିଥିବା ପ୍ରସ୍ତାବ ଓ ଅଭିଯୋଗ ଗ୍ରହଣୀୟ ହେବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ୱାର୍ଡ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇ ସାରିଛି। ବାକି ୫ଟି ମହାନଗର ନିଗମ ଅଞ୍ଚଳର ତାଲିକା ପ୍ରକାଶ ଅପେକ୍ଷାରେ ରହିଥିଲା। ରାଉରକେଲା ଓ ସମ୍ବଲପୁରରେ ନିର୍ବାଚନ ହେଉ ନଥିବାରୁ ଏହି ଦୁଇ ମହାନଗର ନିଗମକୁ ଛାଡ଼ି ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ଗତ ଡିସେମ୍ବର ୧୧ ତାରିଖରେ ଚିଠା ତାଲିକା ପ୍ରକାଶ ପାଇଥିଲା। ହେଲେ ପଛୁଆବର୍ଗଙ୍କ ସଂରକ୍ଷଣକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟ ପ୍ରକାଶ ପାଇଥିଲା। ପଛୁଆ ବର୍ଗଙ୍କ ସଂରକ୍ଷଣକୁ ବାଦ୍‌ ଦେଇ ତାଲିକା ପ୍ରକାଶ କରିବାକୁ ଆଦେଶ ହେବା ପରେ ପୁଣିଥରେ ଆଜି ଏହି ତାଲିକା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe