ଟେଙ୍ଗେରାପଥର ପୂର୍ବ ୱାର୍ଡସଭ୍ୟ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

Advertisment
ଝାଡ଼େଶ୍ବର କୋଅପରେଟିଭ ସୋସାଇଟି କେଳେଙ୍କାରୀ: ୧୦ କୋଟି ହଡ଼ପ, ସିଓଓ ଗିରଫ

taxscan.in

ପାଟଣାଗଡ଼/ଧଣ୍ଡାମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଟେଙ୍ଗେରାପଥର ଗାଁର ପୂର୍ବତନ ୱାର୍ଡସଭ୍ୟ ମୁକ୍ତି ସାହୁ (୫୫) ହତ୍ୟା ମାମଲାର ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଟେଙ୍ଗେରାପଥର ଗାଁର ପଙ୍କଜ ଓରଫ ରୁକ୍ମଣ ବିଶି (୩୨) ଓ ଶିବ ସାହୁ (୩୫)। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ତଦନ୍ତରୁ ଜାଣି ପାରିଛି।

ପୁଲିସର ସୂଚନା ଅନୁସାରେ, ଗତ ୨୫ ତାରିଖ ଲରମ୍ଭା ଥାନା ଟେଙ୍ଗେରାପଥର ଗାଁର ଏକ ବରଯାତ୍ରୀ ଦଳ ଖପ୍ରାଖୋଲ ଥାନା ଗୁଣ୍ଡୁରୁପାଲି ଗାଁକୁ ଆସିଥିଲେ। ଭୋଜିଖାଇ ସମସ୍ତେ ଫେରିଥିଲେ ବି ମୃତ ମୁକ୍ତି ସାହୁ ଘରକୁ ଫେରି ନଥିଲେ। ପରିବାର ଲୋକ ଖୋଜା ଖୋଜି କରି ୨୬ ତାରିଖ ସକାଳେ ଗୁଣ୍ଡୁରୁପାଲି-କପସିପାଲି ରାସ୍ତା କୁଲୁତାପଡ଼ା ନିକଟ ସ୍ୱଜଳଧାରାଠାରେ ମୁକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ମୃତ ମୁକ୍ତିଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଖପ୍ରାଖୋଲ ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ଅଭିଯୁକ୍ତ ଦ୍ବୟଙ୍କୁ ପୁଲିସ ସନ୍ଦେହରେ ଆଣି ଜେରା କରିବା ପରେ ସେମାନେ ହତ୍ୟା କରିଥିବା ସ୍ବୀକାର କରିଥିଲେ। ଜମି ଜମାକୁ ନେଇ ଅଭିଯୁକ୍ତ ଶିବ ସାହୁ ମୃତକଙ୍କୁ ରାଗ ରଖିଥିଲେ। ସେହିପରି ଅଭିଯୁକ୍ତ ପଙ୍କଜ ବିଶି ଗାଁରେ ବେଆଇନ ମଦ ବିକ୍ରି ସହ ସରକାରୀ ଆଇସିଡିଏସ୍‌ ଘରକୁ ଜବରଦଖଲ କରିଥିବାରୁ ମୁକ୍ତି ତାହାକୁ ବିରୋଧ କରୁଥିଲେ। ତେଣୁ ମୁକ୍ତିଙ୍କୁ ହତ୍ୟା କରିବାକୁ ଦୁଇ ଅଭିଯୁକ୍ତ ପୂର୍ବରୁ ଯୋଜନା କରିଥିଲେ। ଗତ ୨୫ ତାରିଖ ଦିନ ବରଯାତ୍ରୀରେ ସୁଯୋଗ ଦେଖି ମୁକ୍ତିଙ୍କୁ ବଲେରୋରେ ଘଟଣାସ୍ଥଳକୁ ନେଇ ଲୁହା ପାଇପରେ ପିଟି ହତ୍ୟା କରିଥିଲେ। ପରେ ମୃତଦେହ ସେଠାରେ ଛାଡ଼ି ଚାଲିଯାଇଥିଲେ। ତଦନ୍ତ ସମୟରେ ପୁଲିସ ଉକ୍ତ ଲୁହା ପାଇପ ଓ ବଲେରୋ ଗାଡ଼ିକୁ ମଧ୍ୟ ଜବତ କରିଛି। ଏ ନେଇ ଖପ୍ରାଖୋଲ ଥାନା କେସ୍‌ ନଂ ୪୬/୨୨ରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ଓ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe