ପ୍ରେମ ନିବେଦନ କରି ଛେଚା ଖାଇଲେ ୱାର୍ଡସଭ୍ୟ

ପ୍ରେମ ନିବେଦନ କରି ଛେଚା ଖାଇଲେ ୱାର୍ଡସଭ୍ୟ

Shutterstock

ବସ୍ତା: ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ପରିବାର ଲୋକ ଓ ଗ୍ରାମବାସୀ ହାତଗୋଡ଼ ବାନ୍ଧି ତାଙ୍କୁ ନିର୍ଘାତ୍‌ ଛେଚିଛନ୍ତି। ସିଂଲା ଥାନା ଅନ୍ତର୍ଗତ ଅସ୍ତି ଗ୍ରାମରେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ; ଅସ୍ତି ଗ୍ରାମର ଜଣେ ମହିଳାଙ୍କୁ ଗମ୍ଭାଲୁଣ୍ଡି ଗ୍ରାମର ଜଣେ ଯୁବକ ବାରମ୍ବାର ଫୋନ୍‌ କରି ଅଶ୍ଳୀଳ କଥାବାର୍ତ୍ତା କରିବା ସହ ପ୍ରେମ ନିବେଦନ କରୁଥିଲେ।

ମହିଳା ଜଣକ ଘଟଣା ସମ୍ପର୍କରେ ତାଙ୍କ ସ୍ବାମୀଙ୍କୁ ଜଣାଇବା ପରେ ସେ ଯୁବକଙ୍କୁ ତାଗିଦ୍ କରିଥିଲେ। ହେଲେ ଏହାକୁ ଭ୍ରୁକ୍ଷେପ କରିନଥିଲା ସଂପୃକ୍ତ ଯୁବକ। ଓଲଟା ପୂର୍ବପରି ଫୋନ୍‌ କରି ବଦମାସି କରୁଥିଲା। ତେବେ ଗତକାଲି ରାତିରେ ଯୁବକ ଜଣକ ଉକ୍ତ ମହିଳାଙ୍କ ଘର ନିକଟକୁ ଆସି ଫୋନ୍‌ କରିଥିଲେ। ମହିଳା ଜଣକ ଏ କଥା ସ୍ବାମୀଙ୍କୁ ଜଣାଇବା ପରେ ଗ୍ରାମବାସୀଙ୍କ ସହାୟତାରେ ଯୁବକଙ୍କୁ କୌଶଳ କ୍ରମେ କାବୁ କରାଯାଇଥିଲା। ପରେ ତାଙ୍କ ହାତଗୋଡ଼ ବାନ୍ଧି ନିର୍ଘାତ୍‌ ମାଡ଼ ମରାଯାଇଥିଲା। ଯୁବକଜଣକ ଦୁଇଟି ବିବାହ କରିଛନ୍ତି। ତାଙ୍କର ଦୁଇଜଣ ଝିଅ ଓ ଜଣେ ପୁଅ ମଧ୍ୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe