ବୁଲୁଛି ସନ୍ଦେହଜନକ ବିହନ ପ୍ୟାକେଟ୍‌, ସତର୍କ କରାଇଲେ କେନ୍ଦ୍ର ସରକାର

Advertisment

କିଏ ପ୍ରସ୍ତୁତ କରିଛି ଜଣାପଡ଼ୁନି, କୃଷି, ପରିବେଶ ପ୍ରତି ବିପଦ

କିଏ ପ୍ରସ୍ତୁତ କରିଛି ଜଣାପଡ଼ୁନି, କୃଷି, ପରିବେଶ ପ୍ରତି ବିପଦ

ବୁଲୁଛି ସନ୍ଦେହଜନକ ବିହନ ପ୍ୟାକେଟ୍‌, ସତର୍କ କରାଇଲେ କେନ୍ଦ୍ର ସରକାର

The New York Times

ଭୁବନେଶ୍ୱର : କରୋନା ଭୂତାଣୁ ମଣିଷ ସମାଜ ପ୍ରତି ଭୀଷଣ ବିପଦ ସୃଷ୍ଟି କରିଛି। ଏହି ସମୟରେ ଆଉ ଗୋଟିଏ ବଡ଼ ବିପଦ ସାରା ବିଶ୍ବକୁ ଆକ୍ରାନ୍ତ କରିବାକୁ ବସିଛି। ବିଶ୍ବର ବିଭିନ୍ନ ସ୍ଥାନରେ ସନ୍ଦେହଜନକ ବିହନ ପ୍ୟାକେଟ୍‌ ମିଳୁଥିବାର ଜଣାପଡ଼ିଛି। ଏହି ପ୍ୟାକେଟ୍‌ କେଉଁଠୁ ଆସୁଛୁ, କିଏ ପ୍ରସ୍ତୁତ କରୁଛି ତାହା ଜଣାପଡ଼ୁନି। ପରିବେଶ ଓ କୃଷି ପ୍ରତି ସାଂଘାତିକ ବିପଦ ‌ସୃଷ୍ଟି କରିପାରେ। ବିଦେଶରୁ ଆସୁଥିବା ଏହି ମଞ୍ଜି ଭାରତରେ ମଧ୍ୟ ଖାଦ୍ୟ ଶୃଙ୍ଖଳ ଓ ଜୈବ ବିବିଧତା ନଷ୍ଟ କରିଦେବାର ଆଶଙ୍କା ରହିଛି। ଏହା ଜଣାପଡ଼ିବା ପରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ତତ୍ପରତା ପ୍ରକାଶ କରିଛି। ଓଡ଼ିଶା ସମେତ ସବୁ ରାଜ୍ୟକୁ ଏ ସମ୍ପର୍କରେ ଅବଗତ କରାଇ ସତର୍କ ରହିବାକୁ ପରାମର୍ଶ ଦେଇଛି।

କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆମେରିକା, କାନାଡ଼ା, ଲଣ୍ଡନ, ନ୍ୟୁଜିଲ୍ୟାଣ୍ଡ୍, ଜାପାନ ଓ କିଛି ୟୁରୋପୀୟ ଦେଶରେ ଅଜଣା ଉତ୍ସରୁ ଏମିତି ସନ୍ଦେହଜନକ ବିହନ ପ୍ୟାକେଟ୍‌ ବିଭିନ୍ନ ସ୍ଥାନରେ ମିଳୁଥିବାର ଦେଖାଦେଇଛି। ଏହା ଏବେ ସେହି ଦେଶଗୁଡ଼ିକ ପାଇଁ ଚିନ୍ତାର କାରଣ ହୋଇଛି। ଗତ କିଛି ମାସ ମଧ୍ୟରେ ସାରା ବିଶ୍ବରେ ଏମିତି ହଜାର ହଜାର ବିହନ ପ୍ୟାକେଟ୍‌ ଧରାଯାଇଛି। ଆମେରିକା କୃଷି ବିଭାଗ ଏହାକୁ ‘ବ୍ରସିଂ ସ୍କାମ୍‌’ ଓ ‘ଏଗ୍ରିକଲ୍‌ଚରାଲ୍‌ ସ୍ମଗଲିଂ’ ନାମରେ ନାମିତ ‌କରାଯାଇଛି। ଏହି ମଞ୍ଜି ଅସ୍ବାଭାବିକ ଭାବେ ଫସଲରେ ରୋଗ ସୃଷ୍ଟି କରିବାର ଆଶଙ୍କା ରହିଛି। ଏହା ପରିବେଶ, କୃଷି ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

publive-image Business Insider

ଏପରି ସନ୍ଦେହଜନକ ମଞ୍ଜି ପ୍ୟାକେଟ୍‌ ଆମ ଦେଶର ଜୈବ ବିବିଧତା ପ୍ରତି ବିପଦ ହୋଇପାରେ। ତେଣୁ ରାଜ୍ୟର କୃଷି ବିଭାଗ, କୃଷି ବିଶ୍ବବିଦ୍ୟାଳୟ, ବିହନ ନିଗମ ଓ କୃଷି ଗବେଷଣା ପ୍ରତିଷ୍ଠାନଗୁଡ଼ିକ ଏପରି ସନ୍ଦେହଜନକ ବିହନ ପ୍ରତି ସତର୍କ ରହିବାକୁ କେନ୍ଦ୍ର କହିଛି।

ସୂଚନାଯୋଗ୍ୟ ଯେ ଆମେରିକା ଓ ଅନ୍ୟ ୟୁରୋପୀୟ ଦେଶଗୁଡ଼ିକ ଏହି ବିହନ ପ୍ୟାକେଟ୍‌ ଚୀନ୍‌ରୁ ଆସୁଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe