ପୁଣି ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ

Advertisment
ପୁଣି ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ

ବ୍ରହ୍ମପୁର/ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଭୀଷ୍ମଗିରି ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ଏ.ଶ୍ରୀକାନ୍ତ ଦୋରା ୫ହଜାର ଟଙ୍କା ଲାଞ୍ଚ ନେଇ ଆଜି ପୁଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହାପୂର୍ବରୁ ସେ ୨୦୧୬ ଜୁନ ୨୧ତାରିଖରେ କୋଦଳା ତହସିଲ ଷଣ୍ଢମୂଳ ଆର୍‌ଆଇ ଥିବା ବେଳେ ୨ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିବା ସହ ଗିରଫ ହୋଇ ଜେଲ୍‌ ଯାଇଥିଲେ।

ଭିଜିଲାନ୍ସ ଭିଜିଲାନ୍ସ ଏସ୍‌ପି ଶାନ୍ତନୁ ପାଢୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ବିବାଦୀୟ ଜମି ଚିହ୍ନଟ ଓ ମାପଚୁପ(ଡିମାର୍କେସନ୍‌) କରିବା ଲାଗି ଭୀଷ୍ମଗିରିର ସୁବାସ ଚନ୍ଦ୍ର ପଣ୍ଡା ଆରଆଇ ଏ.ଶ୍ରୀକାନ୍ତ ଦୋରାଙ୍କ ନିକଟକୁ ଯାଇଥିଲେ। ମାପଚୁପ ପାଇଁ ସେ ୫ହଜାର ଟଙ୍କା ଦାବି କରିଥିଲେ। ଶ୍ରୀ ପଣ୍ଡାଙ୍କ ଅଭିଯୋଗ ଆଧାରରେ ବ୍ରହ୍ମପୁର ଭିଜିଲାନ୍ସରେ ଏ ନେଇ ଏକ କେସ୍‌ (କେସ ନମ୍ବର ୮/୧୨)ରୁଜୁ ହୋଇଥିଲା। ଭୀଷ୍ମଗିରି ଆରଆଇ କାର୍ଯ୍ୟାଳୟରେ ଆଜି ଅପରାହ୍‌ଣରେ ସୁବାସଙ୍କ ଠାରୁ ଶ୍ରୀକାନ୍ତ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଚଢ଼ଉ କରି ତାଙ୍କୁ ଧରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe