ନଦୀରେ ପଡୁଛି କଟାମାଂସର ବର୍ଜ୍ୟବସ୍ତୁ, ସାଧାରଣରେ ଅସନ୍ତୋଷ

Advertisment
ନଦୀରେ ପଡୁଛି କଟାମାଂସର ବର୍ଜ୍ୟବସ୍ତୁ, ସାଧାରଣରେ ଅସନ୍ତୋଷ

ଯାଜପୁରସଦର : ନଦୀ ଜଳକୁ ଲୋକମାନେ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ମାତ୍ର ଏହାକୁ ଖୋଲାଖୋଲି ଭାବେ ଦୂଷିତ କରାଯାଉଛି।‌ ଖରସ୍ରୋତା ନଦ‌ୀରେ ବର୍ଷ ତମାମ ଜଳସ୍ରୋତ ରହୁଥିବା ବେଳେ କିଛି ମାଂସ ବ୍ୟବସାୟୀ କଟା ଅଂଶ ବା ବର୍ଜ୍ୟକୁ ନେଇ ନଦୀରେ ଫିଙ୍ଗୁଛନ୍ତି। ଯାଜପୁର ସଦର ଥାନା ଅନ୍ତର୍ଗତ ଖରସ୍ରୋତା ପୋଲ ଉପ‌ରୁ ଏପରି ମାଂସ ଫିଙ୍ଗାଯାଉଥିବାର ଚିତ୍ର ଦେଖିବାକୁ ମିଳିଛି। ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀ ମାଂସ ବିକ୍ରି ପରେ ରହୁଥିବା ବର୍ଜ୍ୟବସ୍ତୁକୁ ନଦୀ ଜଳରେ ଫିଙ୍ଗି ଦେଉଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe