ଦେଖନ୍ତୁ ଭିଡିଓ: ଓଡ଼ିଆ ଛାତ୍ରଙ୍କ ଉଦ୍ଭାବନକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌

Advertisment
ଦେଖନ୍ତୁ ଭିଡିଓ: ଓଡ଼ିଆ ଛାତ୍ରଙ୍କ ଉଦ୍ଭାବନକୁ  ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌

ଭୁବନେଶ୍ୱର: ଦୀପାଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଲାଗି ‘ପ୍ଲୁଟୋନିୟମ୍ ସ୍ପିଅର୍’ ଶୀର୍ଷକ ବୈଜ୍ଞାନିକ ପ୍ରକଳ୍ପ ପ୍ରସ୍ତୁତ କରିଥିବା ବ୍ରହ୍ମପୁରର ଜଣେ ଏକାଦଶ ଶ୍ରେଣୀର ଛାତ୍ର ରୁଷ୍‌ର ସୋଚିଠାରେ ଆୟୋଜିତ ‘ଡିପ୍‌ ଟେକ୍ନୋଲଜି ଏଜୁକେସନ୍‌ ପ୍ରୋଗ୍ରାମ୍‌’ରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ପ୍ରଶଂସାଭାଜନ ହୋଇଛନ୍ତି।

publive-image

ନଭେମ୍ବର ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୮ ତାରିଖ ଯାଏଁ ଚାଲିଥିବା ଏହି କାର୍ଯ୍ୟକ୍ରମରେ ୨୫ ଜଣ ଭାରତୀୟ ଛାତ୍ରଙ୍କ ସହ ଅଂଶଗ୍ରହଣ କରିଥିବା ସେ ବାଳକ ହେଉଛନ୍ତି ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ପି ବିଶ୍ୱନାଥ ପାତ୍ର। ନିତି ଆୟୋଗ ପକ୍ଷରୁ ଦେଶବ୍ୟାପି ଆୟୋଜିତ ଅଟଳ ରିଙ୍ଗରିଂ ମାରାଥନ୍ କାର୍ଯ୍ୟକ୍ରମରେ ବିଶ୍ବନାଥ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ  ତାଙ୍କ ପ୍ରସ୍ତୁତ ପ୍ରକଳ୍ପ ସ୍ମାର୍ଟ ୱାଟର ଡିସ୍ପେନ୍ସର ଶ୍ରେଷ୍ଠ ୧୦୦ ପ୍ରକଳ୍ପ ମଧ୍ୟରେ ରହିଥିଲା। ଏହି ସଫଳତା ପରେ ସେ ରୁଷ ଯିବା ଲାଗି ମନୋନୀତ ହୋଇଥିଲେ।

ରୁଷରେ ଅନୁଷ୍ଠିତ ‘ଡିପ୍‌ ଟେକ୍ନୋଲଜି ଏଜୁକେସନ୍‌ ପ୍ରୋଗ୍ରାମ୍‌’ରେ ବିଶ୍ବନାଥ ଓ ଅନ୍ୟ ୯ ଜଣ ପ୍ରତିଯୋଗୀଙ୍କୁ ନେଇ ଗଠିତ ଦଳ ପକ୍ଷରୁ ପ୍ରସ୍ତୁତ ଆଇଲାଣ୍ଡ ରିସର୍ଚ୍ଚ ପ୍ରକଳ୍ପ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି କାର୍ଯ୍ୟକ୍ରମକୁ ପରିଦର୍ଶନରେ ଆସିଥିବା ରୁଷୀୟ ରାଷ୍ଟ୍ରପତି ପୁଟିନ୍ ବିଶ୍ବନାଥଙ୍କ ନିକଟକୁ ଆସିଥିବା ବେଳେ ସେ ନିଜର ଏକ ବ୍ୟକ୍ତିଗତ ଉଦ୍ଭାବନ ‘ପ୍ଲୁଟୋନିୟମ୍ ସ୍ପିଅର୍’ ଦେଖାଇଥିଲେ। ଏହି ପ୍ରକଳ୍ପ ନ୍ୟୁକ୍ଳିୟର ବ୍ୟାଟେରି ଦ୍ବାରା କିଭଳି ବିଦ୍ୟୁତ ଶକ୍ତି ଯୋଗାଇ ହେବ ତାହା ପ୍ରଦର୍ଶିତ କରୁଥିଲା। ଏହାକୁ ଦେଖି ରାଷ୍ଟ୍ରପତି ପ୍ଲୁଟିନ୍ ପ୍ରଶଂସା କରି କହିଛନ୍ତି: ନୂତନ ଉଦ୍ଭାବନ ସହ ଏଭଳି ଅଧିକ ପିଲା ଭାରତରୁ ଆସି ଅଂଶଗ୍ରହଣ କରିବା ଆମେ ଚାହୁଁ।

ଉଦ୍ଭାବନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe