୯ ମାସ ହେଲା ୱାଚରଙ୍କୁ ମିଳୁନି ଦରମା, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ

Advertisment
୯ ମାସ ହେଲା ୱାଚରଙ୍କୁ ମିଳୁନି ଦରମା, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ

ସମ୍ବଲପୁର : ବନ ବିଭାଗ ଅଧୀନରେ କାମ କରୁଥିବା ୱାଚର୍‌ମାନଙ୍କୁ ୯ ମାସ ହେଲା ଦରମା ମିଳୁନି। ଅର୍ଥାଭାବରେ ପରିବାର ପୋଷଣ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇଗଲାଣି। ବାରମ୍ବାର ନିବେଦନ କରି ନିରାଶ ହେବା ପରେ ଗୁରୁବାର ୱାଚର୍‌ମାନେ ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନେ ବନ ବିଭାଗ ଓ ଅର୍ବାନ ପ୍ଲାଣ୍ଟେସନ୍‌ ଯୋଜନାରେ ସମ୍ବଲପୁର ସଦର ରେଞ୍ଜର ୱାଚର୍‌ ଭାବେ କାମ କରି ଆସୁଥିଲେ।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏହା ପୂର୍ବରୁ ସଦର ରେଞ୍ଜରେ ଥିବା ଫରେଷ୍ଟର୍‌ ୫ ମାସର ଦରମା ନ ଦେଇ ବଦଳ ହୋଇଯାଇଥିଲେ। ତାପରେ ନୂତନ ଭାବେ ଯେଉଁ ଫରେଷ୍ଟର୍‌ ଆସିଲେ ସେ ମଧ୍ୟ ୪ ମାସ ହେଲା ଦରମା ଦେଉନାହାନ୍ତି। ଦରମା କଥା କହିଲେ ଫରେଷ୍ଟର୍‌ମାନେ ଡିଏଫ୍‌ଓ ଟଙ୍କା ଦେଇନାହାନ୍ତି ବୋଲି କହି ସେ ଦେବା ପରେ ସବୁ ଦରମା ଦିଆଯିବ ବୋଲି କହି ମାସ ପରେ ମାସ ଗଡ଼ାଇ ଚାଲିଛନ୍ତି। ୱାଚର୍‌ମାନେ ସମ୍ବଲପୁର ବନ ସଂରକ୍ଷକ ଅଧିକାରୀଙ୍କୁ ମଧ୍ୟ ଏକାଧିକ ଥର ପତ୍ର ମାଧ୍ୟମରେ ଅଭିଯୋଗ କରିଥିଲେ, ହେଲେ କିଛି ଫଳି ମିଳି ନଥିଲା। ସବୁଠି ନିରାଶ ହେବାପରେ ଗୁରୁବାର ଦିନ ୱାଚର୍‌ମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଦରମା ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe