ସ୍ପେନ୍‌ରେ ‘ୱାଟକୋ’କୁ ମିଳିଲା ଗ୍ଲୋବାଲ ୱାଟର ଲିଡର ପୁରସ୍କାର

ସ୍ପେନ୍‌ରେ ‘ୱାଟକୋ’କୁ ମିଳିଲା ଗ୍ଲୋବାଲ ୱାଟର ଲିଡର ପୁରସ୍କାର

ଭୁବନେଶ୍ବର: ସ୍ପେନ୍‌ର ମାଦ୍ରିଦ୍‌ ଠାରେ ଅନୁଷ୍ଠିତ ଗ୍ଲୋବାଲ ୱାଟର ସମ୍ମିଳନୀରେ ‘ୱାଟର କର୍ପୋରେସନ୍‌ ଅଫ୍‌ ଓଡ଼ିଶା (ୱାଟକୋ)କୁ ଗତକାଲି ସମ୍ମାନଜନକ ‘ବିଶିଷ୍ଟ ଗ୍ଲୋବାଲ୍‌ ୱାଟର ଲିଡର-୨୦୨୨’ ପୁରସ୍କାର ପ୍ରଦାନ କରାଯାଇଛି। ଗ୍ଲୋବାଲ ୱାଟର ଇଣ୍ଟେଲିଜେନ୍ସ ଦ୍ଵାରା ଏହି  ବିଶ୍ଵସ୍ତରୀୟ ସମ୍ମିଳନୀରେ ୨୦୨୧ ପାଇଁ ସର୍ବଶ୍ରେଷ୍ଠ ସଫଳତାର ସ୍ୱୀକୃତି ଭାବେ ଏହି ପୁରସ୍କାର ଘୋଷଣା କରାଯାଇଛି।

ରାଜ୍ୟରେ ୨୪ ଘଣ୍ଟିଆ ଡ୍ରିଂକ ଫ୍ରମ ଟ୍ୟାପ ମାନର ପାନୀୟ ଜଳଯୋଗାଣ ଏବଂ ‘ୱାଟକୋ’ ଅଧୀନରେ ଥିବା ସହରାଞ୍ଚଳରେ ୧୦୦ ପ୍ରତିଶତ ଘରେ ପାଣି ପାଇପ ସଂଯୋଗ ପାଇଁ ଓଡିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଓ ‘ୱାଟକୋ’ର ଅଧ୍ୟକ୍ଷ ଜି.ମାଥୀଭାଥାନ ମାଦ୍ରିଦ୍‌ଠାରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ସମ୍ମିଳନୀ ଅବସରରେ ଆୟୋଜକମାନେ କହିଛନ୍ତି ଯେ, ‘ଶିଳ୍ପକୁ ଅଧିକ ଉଚ୍ଚତାକୁ ନେଉଥିବା ଅଗ୍ରଣୀ ଉଦ୍ଭାବକମାନଙ୍କୁ ମାନ୍ୟତା ଦେବାଏହି କାର୍ଯ୍ୟକ୍ରମର ଉଦେଶ୍ୟ। ଏହି ପୁରସ୍କାର ଗ୍ରହଣ କରିଥିବା ସଂସ୍ଥାମାନେ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଗୁଣବତ୍ତା ଏବଂ ଅତୁଳନୀୟ ସଫଳତାକୁ ପ୍ରତିନିଧିତ୍ୱ କରୁଛନ୍ତି। ପାନୀୟ ଜଳଯୋଗାଣ ଏବଂ ବର୍ଜ୍ୟ ଜଳ ନିଷ୍କାସନ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ନେଉଥିବା ତଥା କାର୍ଯ୍ୟ ଦକ୍ଷତା, ଅଭିନବ ପ୍ରଯୁକ୍ତିବିଦ୍ୟା ଗ୍ରହଣ ଏବଂ ସ୍ଥାୟୀ ଆର୍ଥିକ ମଡେଲ ମାଧ୍ୟମରେ ଏହି ଶିଳ୍ପକୁଆଗକୁ ନେଉଥିବା ସଂସ୍ଥା ଗୁଡିକୁ ପ୍ରତିବର୍ଷ ଏହି ପୁରସ୍କାରପ୍ରଦାନ କରାଯାଏ।

ଏସମ୍ପର୍କରେ ‘ୱାଟକୋ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ପ୍ରଦୀପ୍ତ କୁମାର ସ୍ଵାଇଁ କହିଛନ୍ତି ଯେ,“ପୂର୍ବରୁ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟସ୍ତର ରେଡ୍ରିଂକ ଫ୍ରମ ଟ୍ୟାପ୍ମିଶନ୍ ଏବଂ ସହରାଞ୍ଚଳର ବାସିନ୍ଦାଙ୍କୁ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ କ୍ଷେତ୍ରରେ ‘ୱାଟକୋ’ର ଉତ୍କର୍ଷତା ପ୍ରଶଂସା ଲାଭ କରିଥିଲା। ବର୍ତମାନ ‘ୱାଟକୋ’ ପୁଣି ଥରେ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ହୋଇଛି। ଫଳରେ ସାରାଦେଶରେ ଏହା ଏକ ଅନୁକରଣ ଯୋଗ୍ୟ ମଡେଲ ଭାବେ ଉଭା ହୋଇଛି”।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe