ମୁକାଗୁଡାରେ ଉତ୍କଟ ଜଳାଭାବ : ‘ସମ୍ବାଦ‌’ରେ ଖବର ପ୍ରକାଶ ପରେ ମୁକାଗୁଡ଼ାରେ ନଳକୂପ ଖୋଲାଗଲା

ମୁକାଗୁଡାରେ ଉତ୍କଟ ଜଳାଭାବ : ‘ସମ୍ବାଦ‌’ରେ ଖବର ପ୍ରକାଶ ପରେ ମୁକାଗୁଡ଼ାରେ ନଳକୂପ ଖୋଲାଗଲା
ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ନାୟକଗୁଡା ପଞ୍ଚାୟତର ମୁକାଗୁଡା ଗ୍ରାମରେ ଉତ୍କଟ ଜଳ ସମସ୍ୟା ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା।ଲୋକେ ପାଣି ପାଇଁ ଏକ ପ୍ରକାର ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଥିଲା। ଏହି ଖବର ସମ୍ବାଦରେ ମଙ୍ଗଳବାର ପ୍ରକାଶ ପାଇବା ପରେ ଆଜି ନିଜେ ବିଧାୟକ ପୂର୍ଣଚନ୍ଦ୍ର ବାକା ଏବଂ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ ବାକାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୁଖକଗୁଡ଼ାରେ ନଳକୂପ ଖଳାଯାଇଛି।
ପ୍ରକାଶ ଥାଉକି ଏହି ଗ୍ରାମରେ ପ୍ରାୟ ୪୦ ଘର ରହିଥିବା ବେଳେ ୨୦୦ରୁ ଉର୍ଦ୍ଧ୍ବ ବସବାସ କରନ୍ତି। ଏମାନଙ୍କ ପିଇବା ପାଣିର ଏକ ମାତ୍ର ଉତ୍ସ ଥିଲା ଗୋଟିଏ ମାତ୍ର ନଳକୂପ।ଏହି ନଳକୂପରୁ ଆଇରନ ପାଣି ବାହାରୁ ଥିବାରୁ ଏହାକୁ ପିଇବା ଏକ ପ୍ରକାର ମୃତ୍ୟୁକୁ ନିମନ୍ତ୍ରଣ କରିବା ଭଳି ହୋଇଛି। ତେବେ ଲୋକଙ୍କ ପାଖରେ ଆଉ କୌଣସି ସାଧନ ନଥିବାରୁ ଲୋକେ ବାଧ୍ୟ ହୋଇ ଏହି ନଳକୂପର ପାଣିକୁ ପିଇବା ସହ ଅନ୍ୟ କାମ କରୁଥିଲେ।
ତେବେ ଏତେ ଲୋକଙ୍କ ପାଇଁ ଗୋଟିଏ ନଳକୂପ ରହିଥିବାରୁ ଲୋକେ ପାଣି ପାଇଁ ପ୍ରତିଦିନ ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳୁଥିଲା। ଲୋକମାନଙ୍କ ମଧ୍ୟରେ ପାଣି ପାଇଁ ଗଣ୍ଡଗୋଳ ମଧ୍ୟ ହେଉଥିଲା। ୨୦୦ ଲୋକଙ୍କ ପାଇଁ ମାତ୍ର ଗୋଟିଏ ନଳକୂପ ରହିଥିବାରୁ ସମସ୍ୟା ଦିନକୁ ଦିନ ବଢୁଥିଲା। ସମ୍ବାଦରେ ଏହି ଖବର ପାଇବା ପରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା ଏବଂ ବ୍ଲକ ଅଧ୍ୟକ୍ଷ ମହେଶ ବାକା ତୁରନ୍ତ ତତ୍ପରତା ଦେଖାଇ ମୁକାଗୁଡା ଗ୍ରାମରେ ନଳକୂପ ଖୋଳାଇଥିଲେ। ଆଗାମୀ ଦିନରେ ମଧ୍ୟ ଆହୁରି ନଳକୂପ ଖୋଳାଯିବ ବୋଲି ବିଧାୟକ କହିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe