CBC.ca
ଭୁବନେଶ୍ୱର: ସାମୁଦ୍ରିକ ‘ଝଡ଼’ ଫନି ପରେ ବିଦ୍ୟୁତ୍ ପାଇଁ ଭୁବନେଶ୍ୱର ବାସିନ୍ଦା ଯେତିକି ହୀନସ୍ତା ହେଉଛନ୍ତି, ପାଣି ପାଇଁ ତା’ ଠାରୁ ଅଧିକ ବିକଳ ହେଉଥିବା ଦେଖାଯାଇଛି। ପ୍ରାୟ ୩ ଦିନ ହେବ ବିଦ୍ୟୁତ କାଟ କରାଯାଇଥିବାରୁ ଲୋକେମାନେ ଘର ଭିତରେ ପାଣି ପାଇବାରୁ ବଂଚିତ ହେଉଛନ୍ତି। ବହୁତ କମ ଅଂଚଳରେ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାଣି ଯୋଗାଇ ଦିଆଯାଉଛି। ଯେଉଁ ଅଂଚଳରେ ପାଣି ଦିଆଯାଉଛି, ସକାଳ ପାହିବା ମାତ୍ରେ ଲମ୍ବା ଲମ୍ବା ଲାଇନ ଲାଗି ରହୁଛି।
ଲୋକେ ଜଳକଷ୍ଟରୁ ମୁକ୍ତି ପାଇବା ପାଇଁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ନଳକୂପ ଓ ପୋଖରୀର ଆଶ୍ରୟ ନେଉଛନ୍ତି। ରାଜଧାନୀ ଭୁବନେଶ୍ୱରରେ ହାତଗଣତି ପୋଖରୀ ଅଛି ଏବଂ ଯାହା ବି ଅଛି ଅଲୋଡା ଭାବରେ ପଡ଼ିଛି। ମାତ୍ର ଅଲୋଡା ପୋଖାରୀରେ ଏବେ ଲୋକେ ଗାଧୋଇବା ପାଇଁ ଛାନିଆ ହୋଇଯାଉଛନ୍ତି।
ଲୋକେ ପୋଖରୀ ଓ ନଳକୂପରେ ଗୋଧୋଇବାର ଅନ୍ୟ ଏକ କାରଣ ହେଲା, ସେମାନଙ୍କ ପାଖରେ ଟଙ୍କାର ଅଭାବ। ଧନୀ ଶ୍ରେଣୀର ଲୋକେ ଜେନେରେଟର ଭଡାରେ ଆଣି ଟାଙ୍କିକୁ ପାଣି ଉଠାଉଛନ୍ତି। ୧୦୦୦ ଲିଟର ପାଣି ଉଠାଇବାକୁ ହେଲେ ପ୍ରାୟ ୨୦୦୦ ଟଙ୍କା ଦେବାକୁ ପଡୁଛି।
Follow Us