ଏବେଠୁ ସତର୍କ ନହେଲେ... ୨୦୩୫ ବେଳକୁ ବରଗଡ଼ରେ ସାଂଘାତିକ ଜଳକଷ୍ଟ

Advertisment

ଉଦ୍‌ବେଗଜନକ ସ୍ଥିତିରେ ଭୂତଳ ଜଳସ୍ତର, ଜଳ ସଂରକ୍ଷଣ ପାଇଁ ମାଷ୍ଟର୍‌ ପ୍ଲାନ୍‌ ଜରୁରୀ

ଉଦ୍‌ବେଗଜନକ ସ୍ଥିତିରେ ଭୂତଳ ଜଳସ୍ତର, ଜଳ ସଂରକ୍ଷଣ ପାଇଁ ମାଷ୍ଟର୍‌ ପ୍ଲାନ୍‌ ଜରୁରୀ

ଏବେଠୁ ସତର୍କ ନହେଲେ... ୨୦୩୫ ବେଳକୁ ବରଗଡ଼ରେ ସାଂଘାତିକ ଜଳକଷ୍ଟ

ବରଗଡ଼ : ପ୍ରତି ବର୍ଷ ଗ୍ରୀଷ୍ମଋତୁରେ ବରଗଡ଼ ଜିଲ୍ଲା ଚିରାଚରିତ ଭାବେ ଜଳସଂକଟର ସମ୍ମୁଖୀନ ‌ହୋଇଆସୁଛି। ନଦୀ, ନାଳର ଧାରା କ୍ରମଶଃ ହଜିବାକୁ ବସିଲାଣି। ସ୍ବାଭାବିକ ବର୍ଷାରେ ତାଳମେଳ ନାହିଁ। ଏସବୁ ଭିତରେ ପୁଣି ଭୂତଳ ଜଳସ୍ତର ଦ୍ରୁତ ଗତି‌ରେ ନିମ୍ନଗାମୀ ହେବାରେ ଲାଗିଛି। ସ୍ଥିତି ଏଭଳି ଯେ, ବରଗଡ଼ ଜିଲ୍ଲାର ଜଳସଂକଟ ଆଗକୁ ନିତିଦିନିଆ ହୋଇଯିବ। ବ୍ୟବହାର ପାଇଁ ଜଳଉତ୍ସର ଅଭାବ ରହିଛି। ସରକାରୀ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ୨୦୩୫ ମସିହା ବେଳକୁ ଜିଲ୍ଲା ସାଂଘାତିକ ଜଳକଷ୍ଟର ସମ୍ମୁଖୀନ ହେବ।

୨୦୧୧ ମସିହାର ଜନଗଣନା ଅନୁସାରେ ଜିଲ୍ଲାର ଜନସଂଖ୍ୟା ଥିଲା ୧୪,୮୧,୨୫୫। ଯାହା ୨୦୩୫ ବେଳକୁ ୧୬,୩୪,୦୮୮ରେ ପହଞ୍ଚିବ। ବର୍ଦ୍ଧିତ ଜନସଂଖ୍ୟା ତୁଳନାରେ ପାଣି ନିଅଣ୍ଟ ହେବ। ଜିଲ୍ଲାର ମାତ୍ର ୩ଟି ବ୍ଲକ୍‌ ହୀରାକୁଦ ସେଚାଞ୍ଚଳ ଇଲାକାରେ ରହିଛି। ହେଲେ, ସେଚାଞ୍ଚଳ ଇଲାକାରେ ପୂର୍ବଭଳି ପର୍ଯ୍ୟାପ୍ତ ପାଣି ମହଜୁଦ ନାହିଁ। ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ମାତ୍ରାଧିକ ବ୍ୟାରେଜ୍‌ ନିର୍ମାଣ ଯୋଗୁ ଏସବୁ ଇଲାକାରେ ଜଳସଂକଟ ଦେଖାଦେଇଛି। ମହାନଦୀରେ ଜଳପ୍ରବାହ ନଥିବାରୁ ତଟବର୍ତ୍ତୀ ଇଲାକାରେ ଥିବା ଜଳସେଚନ ପ୍ରକଳ୍ପଗୁଡ଼ିକ ବି କାମରେ ଲାଗୁନାହିଁ। ତେଣୁ ଚାଷ କାର୍ଯ୍ୟ ପାଇଁ ଜଳସେଚନ ପ୍ରକଳ୍ପ ପାଣିର ଚାହିଦା ମେଣ୍ଟାଇବାରେ ସଂପୂର୍ଣ୍ଣ ଫେଲ୍‌ ମାରିଛି।

publive-image

ଜିଲ୍ଲାରେ ଭୂତଳ ଜଳସ୍ତର ଖସିବାକୁ ଲାଗିଛି। ଗଭୀର ନଳକୂପ ଖନନ କଲେ ବି ଅଧିକାଂଶ ଅଞ୍ଚଳରେ ପାଣି ବାହାରୁ ନାହିଁ। ମହାନଦୀ ଉପର ମୁଣ୍ତରେ ଛତିଶଗଡ଼ ଦ୍ବାରା ବହୁ ସଂଖ୍ୟାରେ ବ୍ୟାରେଜ୍‌ ନିର୍ମାଣ ଏବଂ ତୁହାକୁତୁହା ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ଯୋଗୁ ଏଠାରେ ଭୂତଳ ଜଳସ୍ରୋତରେ ମାତ୍ରାଧିକ ରାସାୟନିକ ପଦାର୍ଥ ମହଜୁଦ ରହୁଛି। ତେଣୁ ଭୂତଳ ଜଳକୁ ଚାଷ କିମ୍ବା ନିତ୍ୟ ବ୍ୟବହାର ପାଇଁ ବିକଳ୍ପ ଭାବେ ଗ୍ରହଣ କରାନଯାଉ ବୋଲି ପରିବେଶବିତ୍‌ମାନେ ମତ ଦେଉଛନ୍ତି।

publive-image

ଏଭଳି ସ୍ଥିତିରେ ଜିଲ୍ଲାକୁ କେଉଁ ଉତ୍ସରୁ ଜଳ ମିଳିବ? ବର୍ତ୍ତମାନ ଏଥିପାଇଁ ଠୋସ୍‌ ମାଷ୍ଟର୍‌ପ୍ଲାନ୍‌ ପ୍ରସ୍ତୁତ କରାଯିବା ଜରୁରୀ ହୋଇଛି। କାରଣ ମହାନଦୀ ହେଉ କି ଅନ୍ୟ ଶାଖା ନଦୀ, ବର୍ତମାନ ଯାଏ ଜଳ ସଂରକ୍ଷଣ ପାଇଁ କିଛି ବି ଯୋଜନା କାର୍ଯ୍ୟକାରୀ ହୋଇନାହିଁ। ଏପରିକି ଭୂତଳ ଜଳ ସଂରକ୍ଷଣ ପାଇଁ ଥିବା ଯୋଜନା କେବଳ ଏକ ପ୍ରହସନରେ ପରିଣତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe