ନଦୀ କୂଳରେ ଥାଇ ଶୋଷରେ ସିକୁଆଁବାସୀ,ଟ୍ୟାଙ୍କରରେ ଜଳ ଯୋଗାଣ ଦାବି

Advertisment
ନଦୀ କୂଳରେ ଥାଇ ଶୋଷରେ ସିକୁଆଁବାସୀ,ଟ୍ୟାଙ୍କରରେ ଜଳ ଯୋଗାଣ ଦାବି

ଦେଓଗାଁ : ଦେଓଗାଁ ବ୍ଲକ୍‌ ସୋନଗଡ଼ ନଦୀକୂଳରେ ଥିଲେ ବି ଶୋଷରେ ରହୁଛନ୍ତି ସିକୁଆଁ ଗ୍ରାମବାସୀ। ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ଇନ୍‌ଟେକ୍‌ ୱେଲ୍‌ ଶୁଖି ଯାଉଥିବାରୁ ଲୋକଙ୍କୁ ପାଣି ମିଳି ପାରୁ ନାହିଁ। ତୁରନ୍ତ ଏହାର ସମାଧାନ ପାଇଁ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରିବାକୁ ସେମାନେ ଦାବି କରିଛନ୍ତି।

ଗ୍ରାମବାସୀଙ୍କ କହିବା ହେଲା, ଏବେ ଖରାଦିନେ ପାଣିର ଅଧିକ ଆବଶ୍ୟକତା ରହିଥିଲେ ମଧ୍ୟ ଜଳ ଯୋଗାଣ ହୋଇ ପାରୁ ନାହିଁ। ଫଳରେ ବାଧ୍ୟ ହୋଇ ମହିଳାମାନେ ଚାଲି ଚାଲି ଓ ପୁ‌ରୁଷମାନେ ସାଇକଲରେ ପାଣି ଆଣୁଥିବା ଦେଖିବାକୁ ମିଳୁଛି। ଏନେଇ ବାରମ୍ବାର ପାନୀୟ ଜଳ ଯୋଗାଣ ବିଭାଗ, ସ୍ଥାନୀୟ ସରପଞ୍ଚ ଓ ବିଡିଓଙ୍କୁ ଜଣାଇଛନ୍ତି। ପଞ୍ଚାୟତ ଟଙ୍କାରେ କିଣାଯାଇଥିବା ଟ୍ୟାଙ୍କର ଯୋଗେ ସୋନଗଡ଼ ନଦୀରୁ ପାନୀୟ ଜଳ ଯୋଗାଇ ଦେବାକୁ ଅନୁରୋଧ କରି ଆସୁଛନ୍ତି। ପଞ୍ଚାୟତର ଟ୍ୟାଙ୍କରକୁ ବାଞ୍ଜିବାହାଲି ଗାଁରେ ରଖାଯାଇଛି। ଆଗାମୀ ଦୁଇଦିନ ଭିତରେ ଗାଁକୁ ପାଣି ଯୋଗାଇ ଦିଆ ନଗଲେ ଆନ୍ଦୋଳନ କରାଯିବ ବୋଲି ଧମକ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe