Telegraph India
ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିବଳୟ ଜନିତ ବର୍ଷା ଲାଗି ରହିଥିଲେ ହେଁ ଏବେ ମହାନଦୀ ଓ ଶାଖା ନଦୀଗୁଡ଼ିକରେ ବନ୍ୟା ଭୟ ଟଳିଛି।
ଏସ୍ଆର୍ସିଙ୍କ ସୂଚନା ଅନୁଯାୟୀ, ହୀରାକୁଦରେ ରବିବାର ଦିନ ୮ଟି ଗେଟ୍ ବନ୍ଦ କରାଯାଇଥିବାବେଳେ ମାତ୍ର ୪ଟି ଗେଟ୍ରେ ୯୫,୨୩୦କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଛତିଶଗଡ଼ରେ ବର୍ଷା କମିଥିବାରୁ ମହାନଦୀରେ କମ୍ ଜଳ ପ୍ରବେଶ କରୁଛି। ତଳ ମୁଣ୍ଡରେ ବି ଜଳ ପ୍ରବାହ କମିଛି। ଏବେ ନରାଜରେ ୨୫.୬୭ମିଟରରେ ଜଳ ପ୍ରବାହ ହେଉଥିବାବେଳେ ସେକେଣ୍ଡ ପିଛା ୫,୮୨,୮୬୫କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ତେଣୁ ମହାନଦୀ ଓ ଶାଖା ନଦୀରେ ବନ୍ୟା ଭୟ ନାହିଁ। ସେହିପରି ଇବ୍, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟ, ଜଳକା ନଦୀରେ ବି ଜଳପତନ କମିବାରେ ଲାଗିଛି।
ଅପରପକ୍ଷେ ଆଗକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଘୁଚାପ ଯୋଗୁଁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସବୁ ଜଳ ଭଣ୍ଡାରରେ କିଛି ଗେଟ୍ ଖୋଲା ରଖାଯାଇପାରେ। ତେଣୁ ବନ୍ୟା ନହେଲେ ବି ସବୁ ନଦୀରେ ଏବେ ଅଧିକ ପାଣି ରହିବ।
Follow Us