ମାଟ୍ରିକ୍‌ ପରୀକ୍ଷାରେ ୯୨.୫୦% ନମ୍ବର ଆଣିଲେ, ଅତିଥି ହୋଇ ସ୍କୁଲ ପ୍ରକଳ୍ପ ଉଦ୍‌ଘାଟନ କଲେ ବିଶ୍ବରୂପା

ମାଟ୍ରିକ୍‌ ପରୀକ୍ଷାରେ ୯୨.୫୦% ନମ୍ବର ଆଣିଲେ, ଅତିଥି ହୋଇ ସ୍କୁଲ ପ୍ରକଳ୍ପ ଉଦ୍‌ଘାଟନ କଲେ ବିଶ୍ବରୂପା

ବୀରମହାରାଜପୁର: ଦିନକ ପୂର୍ବରୁ ଅର୍ଥାତ ଗତ ୧୮ ତାରିଖରେ ପ୍ରକାଶିତ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାରେ ୯୨.୫୦ ପ୍ରତିଶତ ନମ୍ବର ଆଣିଥିବା ଛାତ୍ରୀଙ୍କୁ ବିଦ୍ୟାଳୟରେ ନିର୍ମିତ ପ୍ରକଳ୍ପର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ସୁଯୋଗ ମିଳିଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଞ୍ଚାୟତ ସମିତି ବାଳିକା ହାଇସ୍କୁଲର ‘ମୋ ସ୍କୁଲ ଅଭଯାନ’ ଦ୍ବାରା ନିର୍ମିତ ‘ୱାଟର ଫାଉଣ୍ଟେନ୍‌’ ପ୍ରକଳ୍ପ ଛାତ୍ରୀ ବିଶ୍ବରୁପା ସାହୁଙ୍କ କରକମଳରେ ଶନିବାର ଦିନ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅନିତା ରାଣୀ ହୋତା, ସହକାରୀ ଶିକ୍ଷୟିତ୍ରୀ ନମିତା ଡାଙ୍ଗ, ଏସଏସ ପ୍ରୀୟଦର୍ଶିନୀ, ଅରୁନ୍ଧତି ମଲ୍ଲିକ, ଆନନ୍ଦଦାୟୀନି ସିଂ, ରାଜେନ୍ଦ୍ର ସାହୁ, ଭୂମିସୂତା ଜଗଦଲା ଏବଂ ରବିନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

publive-image

ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ବିଶ୍ବରୂପା ସାହୁ ବୀରମହାରାଜପୁର ଉପଖଣ୍ଡ ତଥା ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ସେ ମୋଟ ୯୨.୫ ପ୍ରତିଶତ ମାର୍କ ରଖି ଏହି ଉପଖଣ୍ଡରେ ଟପ୍ପର ହୋଇଛନ୍ତି। କେବଳ ସେତିକି ନୁହେଁ ପୂର୍ବରୁ ବହୁବାର ବିଶ୍ୱରୂପା ରାଜ୍ୟ ସ୍ତରୀୟ ବକ୍ତୃତା ଓ ସାଧାରଣଜ୍ଞାନ ପ୍ରତିଯୋଗିତାରେ ପ୍ରଥମ ହୋଇ ଗୌରବ ଆଣିଛନ୍ତି। ୧୯୮୪ ମସିହାରେ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନଠାରୁ ଆଜି ଯାଏ ବିଦ୍ୟାଳୟର କୌଣସି ଛାତ୍ରୀ ଏତେ ଅଧିକ ପ୍ରତିଶତ ନମ୍ବର ଆଣି ନଥିଲେ। ତେଣୁ ଆଜି ବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଭାବେ ବିଶ୍ୱରୂପାକୁ ବିଦ୍ୟାଳୟକୁ ଡକାଯାଇ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe