ବାରଟେଙ୍ଗରା ନାଳରେ ପାଣି, ଯୋଗାଯୋଗ ବିଚ୍ଛିନ୍ନ

ବାରଟେଙ୍ଗରା ନାଳରେ ପାଣି, ଯୋଗାଯୋଗ ବିଚ୍ଛିନ୍ନ

ଜମନକିରା : ଜମନକିରା ବ୍ଲକ୍ ଫାଶୀମାଲ- ଲଇଡ଼ାକୁ ସଂଯୋଗ କରୁଥିବା ରାସ୍ତାର ନକଟିପାଲି ଗାଁରେ ପାଖରେ ଥିବା ବାରଟେଙ୍ଗରା ନାଳରେ ବର୍ଷା ପାଣି ମାଡ଼ି ଆସିବାରୁ ଶନିବାର ଅପରାହ୍‌ଣରେ ଯାତାୟତ ଠପ୍‌ ହୋଇଯାଇଥିଲା। ବର୍ଷା ଛାଡ଼ିବା ପରେ ରବିବାର ସ୍ବଭାବିକ ହୋଇଥିବା ଜଣାଯାଇଛି।

publive-image

ଶନିବାର ରାଜ୍ୟରେ ପ୍ରଥମ ମୌସୁମୀ ବର୍ଷା ହୋଇଥିଲା। ପ୍ରବଳ ବର୍ଷାରେ ବାରଟେଙ୍ଗରା ନାଳ ଫୁଲି ଉଠିଥିଲା। ଫଳରେ ଯାତାୟତ ସମ୍ଭବ ହୋଇନଥିଲା। ‌ଏହି ନାଳ ଦେଇ କେନାଢିପା, ମହଦା ପଂଚାୟତ ସମେତ ଜମନକିରା ବ୍ଲକ୍ ଅଞ୍ଚଳର ୧୦ଟି ପଞ୍ଚାୟତର ଲୋକେ ଲଇଡ଼ା ଦେଇ ଝାରସୁଗୁଡ଼ା ଓ କୁଚିଣ୍ଡା ସହରକୁ ଯାଇଥାନ୍ତି। ଅନ୍ୟପଟେ କେନାଢିପା, ମହଦା ପଂଚାୟତର ଜନସାଧାରଣ ଜମନକିରା ବ୍ଲକ୍‌ ସଦର ମହକୁମାରୁ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି। ତେବେ ବର୍ଷା ଦିନେ ବାରାଟେଙ୍ଗରା ନାଳରେ ବଢ଼ି ପାଣି ଯୋଗୁଁ ସେମାନଙ୍କୁ ବିଚ୍ଛିନ୍ନ କରି ରଖେ।

ଗତ ବର୍ଷ ଜୁଲାଇ ମାସରେ ନକଟିପାଲି ଗାଁ ପାଖ ବାରଟେଙ୍ଗରା ନାଳରେ କାର୍‌ ଭାସି ଯାଇ ଗୁଣ୍ଡରୁଚୁଆଁ ଗ୍ରାମର ଶିକ୍ଷାବିତ୍ ତାପସ ନାୟକ ଓ ତାଙ୍କ ଭଉଣୀ ଜ୍ବାଇଁ ପ୍ରତାପ ପଟେଲ ପ୍ରାଣ ହରାଇଥିଲେ। ଗତକାଲିର ପ୍ରବଳ ବର୍ଷା ପୁଣି ଥରେ ଅତୀତ ଦୁଃଖଦ ଘଟଣାକୁ ଉଜାଗର କରିଛି। ୨ ଜଣ ଭାସିଯିବା ପରେ ବି ସରକାର କିମ୍ବା ଜିଲ୍ଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହୋଇନାହିଁ। ତୁରନ୍ତ ଏହି ପୋଲ ଉପରେ ସୁଉଚ୍ଚ ପୋଲ ନିର୍ମାଣ ପାଇଁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe