ଅଙ୍ଗନଦୀରେ କମୁଛି ଜଳସ୍ତର

ଅଙ୍ଗନଦୀରେ କମୁଛି ଜଳସ୍ତର

YouTube

ପଦ୍ମପୁର: ପଦ୍ମପୁର ଉପଖଣ୍ତରେ ଅଙ୍ଗନଦୀ ଜୀବନରେଖା ପରି ଘେରି ରହିଛି। ମୁଖ୍ୟତଃ ଗ୍ରୀଷ୍ମ ଋତୁରେ ନଦୀକୂଳ ଗ୍ରାମ ସହ ପଦ୍ମପୁର ସହରକୁ ଅଙ୍ଗନଦୀରୁ ଜଳଯୋଗାଣ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଅଙ୍ଗନଦୀର ଜଳସ୍ତର କମିବାକୁ ଲାଗିଲାଣି। ଫଳରେ ପଦ୍ମପୁର ସହରରେ ବର୍ତ୍ତମାନ ସମୟରେ ଜଳକଷ୍ଟ ଦେଖାଦେଇଛି। ଅଙ୍ଗନଦୀରେ ଜଳସ୍ତର କମିଯିବାରୁ ନଦୀକୂଳିଆ ଗଁାଗୁଡ଼ିକରେ ମଧ୍ୟ ଜଳର ଅଭାବ ପରିଲକ୍ଷିତ ହେଉଛି। ନଈକୂଳିଆ ଗଁାଗୁଡ଼ିକରେ ଅଙ୍ଗନଦୀ ଜଳ ଉପରେ ନିର୍ଭର କରି ଚାଷୀମାନେ ରବି ଫସଲ କରିଛନ୍ତି। ଆଶାତୀତ ଜଳସ୍ତର କମିବା ଦ୍ବାରା ଚାଷୀ ଏବେ ମୁଣ୍ତରେ ହାତ ଦେଇ ବସିଛି।

ନଦୀ ଗର୍ଭରୁ ବାଲି ଉଠାଣ ଅଙ୍ଗନଦୀରେ ଜଳସ୍ତର କମିବାର ମୁଖ୍ୟ କାରଣ ହୋଇଛି। ବାଲି ଥିବା ଦ୍ବାରା ପାଣି ସଂରକ୍ଷିତ ରହୁଥିଲା। ବର୍ତ୍ତମାନ ବହୁତ ଗଭୀରରୁ ବାଲି ଉଠାଯାଉଥିବାରୁ ଜଳସ୍ରୋତର ସ୍ତର କମି ଯାଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe