ହୀରାକୁଦ ଜଳସ୍ତର ୬୨୫ ଟପିଲା

Advertisment
ହୀରାକୁଦର ଦୁଃଖ

WordPress.com

ସମ୍ବଲପୁର : ଲଘୁଚାପଜନିତ ଲଗାଣ ବର୍ଷାରେ ପୂରି ଉଠିଛି ହୀରାକୁଦ। କିଛିଦିନ ଧରି ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ଠାରୁ ଜଳସ୍ତର କମ୍‌ ଥିଲା। ଆଜି ସଂଧ୍ୟା ୬ଟା ସୁଦ୍ଧା ଏହା ୬୨୫.୧୦ ଫୁଟ୍‌ରେ ପହଞ୍ଚିଛି।

ହୀରାକୁଦ ଜଳଭଣ୍ଡାରରେ ୨୪ ଘଣ୍ଟା ଧରି ହାରାହାରି ୮୦ ହଜାର କ୍ୟୁସେକ୍‌ ପାଣି ଗଚ୍ଛିତ ହେଲେ (ଛଡ଼ା ଯାଉଥିବା ପାଣିକୁ ବାଦ ଦେଇ) ଜଳସ୍ତର ୧ ଫୁଟ୍ ବୃଦ୍ଧି ପାଇଥାଏ। ତେଣୁ ବର୍ତ୍ତମାନ ପ୍ରବେଶ କରୁଥିବା ଜଳର ପରିମାଣ ୨୪ ଘଣ୍ଟା ଯାଏ ସମାନ ରହିଲେ ବା ୨ ଲକ୍ଷ କ୍ୟୁସେକ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇଲେ ହୀରାକୁଦ ଜଳସ୍ତର ମଙ୍ଗଳବାର ସଂଧ୍ୟା ସୁଦ୍ଧା ୬୨୭ ଫୁଟ୍ ପାଖାପାଖି ପହଞ୍ଚି ଯାଇପାରେ। ବର୍ତ୍ତମାନର ନିୟମ ଅନୁଯାୟୀ ସେପ୍‌ଟେମ୍ବର ୧୧ ସୁଦ୍ଧା ଜଳସ୍ତର ୬୨୪ରୁ ୬୨୯ ଫୁଟ୍‌ ମଧ୍ୟରେ, ସେପ୍‌ଟେମ୍ବର ୨୧ ସୁଦ୍ଧା ୬୨୯.୫ ଫୁଟ୍‌ରୁ ୬୩୦ ଫୁଟ୍ ମଧ୍ୟରେ ଅକ୍ଟୋବର ପହିଲା ସୁଦ୍ଧା ସର୍ବାଧିକ ୬୩୦ ଫୁଟ୍‌ ରଖାଯାଇ ପାରିବ। ତେବେ ପୂର୍ବର ରୁଲ୍‌ କର୍ଭ ଅନୁସାରେ ସେପ୍‌ଟେମ୍ବର ୧୫ ସୁଦ୍ଧା ଜଳସ୍ତର ୬୨୭.୮୦ ଫୁଟ୍‌ ରହିବା କଥା। ସେପ୍‌ଟେମ୍ବର ୧୫ ବେଳକୁ ଜଳଭଣ୍ଡାର ଏହି ସ୍ତରରେ ପହଞ୍ଚି ଯାଇଥିବ ଏବଂ ଜଳ‌ପ୍ରବେଶ ବୃଦ୍ଧି ପାଇଲେ ଗେଟ୍ ଖୋଲାଯିବ ବୋଲି ବିଶେଷଜ୍ଞଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe