ହ୍ରାସ ପାଉଛି ଜଳସ୍ତର, ଜଳକ୍ରୀଡ଼ା ବନ୍ଦ: ଚମକ ହରାଉଛି ତାମ୍ପରା

Advertisment

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ ଅଞ୍ଚଳରେ ରହିଥିବା ତାମ୍ପରା ହ୍ରଦ ପ୍ରାକୃତିକ ପର୍ଯ୍ୟଟନ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା ରାମସାର୍‌ ସାଇଟ୍‌ର ମାନ୍ୟତା ମଧ୍ୟ ପାଇଛି।

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ ଅଞ୍ଚଳରେ ରହିଥିବା ତାମ୍ପରା ହ୍ରଦ ପ୍ରାକୃତିକ ପର୍ଯ୍ୟଟନ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା ରାମସାର୍‌ ସାଇଟ୍‌ର ମାନ୍ୟତା ମଧ୍ୟ ପାଇଛି।

fhfshfhfst

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ ଅଞ୍ଚଳରେ ରହିଥିବା ତାମ୍ପରା ହ୍ରଦ ପ୍ରାକୃତିକ ପର୍ଯ୍ୟଟନ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା ରାମସାର୍‌ ସାଇଟ୍‌ର ମାନ୍ୟତା ମଧ୍ୟ ପାଇଛି। ପ୍ରାୟ ୩୩୭.୮୬ ହେକ୍ଟର୍‌ ଅଞ୍ଚଳରେ ବ୍ୟାପ୍ତ ତାମ୍ପରା ହ୍ରଦର ଲମ୍ବ ୫.୮ କିମି ରହିଥିବା ବେଳେ ଓସାର ୬୭୦ ମିଟର ରହିଛି। ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ  ଓ କେନ୍ଦ୍ର ସରକାରଙ୍କ ସ୍ବଦେଶ ଦର୍ଶନ ଯୋଜନା ଜରିଆରେ ଏହି ମଧୁର ଜଳ ହ୍ରଦର ‌ସୌନ୍ଦର୍ଯ୍ୟୀକରଣ କାମ ହାତକୁ ନିଆଯାଇଛି। ହେଲେ ବିଭିନ୍ନ କାରଣ ଯୋଗୁଁ ଏହି ହ୍ରଦ ତା’ର ଚମକ ହରାଇ ବସୁଥିବା ଭଳି ମନେ ହେଉଛି। ତାମ୍ପରା ହ୍ରଦରେ ଚାଲିଥିବା ସୌନ୍ଦର୍ଯୀକରଣ କାମକୁ ନେଇ ନ୍ୟାସନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି)ରେ ମାମଲା ବିଚାରାଧୀନ ରହିଛି। ସେପଟେ ବର୍ଷା ଅଭାବ ଯୋଗୁଁ ତାମ୍ପରା ହ୍ରଦରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଯାହାକି ଆଉ ଏକ ଚିନ୍ତାର କାରଣ ହୋଇଛି।
୧୬ନମ୍ବର ଜାତୀୟ ରାଜପଥ କଡ଼ରେ ରହିଥିବା ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ପ୍ରାୟ ୪ କିମି ଦୂରରେ ଅବସ୍ଥିତ ତାମ୍ପରା ହ୍ରଦ।

ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ତରଫରୁ ଏହି ହ୍ରଦର ବିକାଶ କାମ ହାତକୁ ନିଆଯାଇଥିଲା। ଏହାପରେ ‌କେନ୍ଦ୍ର ସରକାରଙ୍କ ସ୍ବଦେଶ ଦର୍ଶନ ଯୋଜନାରେ ସୌନ୍ଦର୍ଯୀକରଣ କାମ କରାଯାଇଥିଲା। ହ୍ରଦରେ ବୋଟିଂ ବ୍ୟବସ୍ଥା ସହିତ ବିଭିନ୍ନ ପ୍ରକାର ଜଳକ୍ରୀଡ଼ାର ସୁବିଧା କରାଯାଇଛି। ସେହିପରି ବୋଟ୍‌କୁ ଯିବା ପାଇଁ ଫ୍ଲୋଟିଂ ଜେଟି ମଧ୍ୟ ରହିଛି। ଗାଡ଼ି ରଖିବା ପାଇଁ ପାର୍କିଂ ସୁବିଧା କରାଯାଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ସୁନ୍ଦର ଉଦ୍ୟାନ ରହିଥିବା ବେ‌ଳେ ହ୍ରଦର କୂଳରେ କାଠ ପୋଲ ତିଆରି କରାଯାଇଛି। ସେହିପରି ଫୁଡ୍‌କୋର୍ଟ, ଗେମ୍‌ ଜୋନ୍‌ ଭଳି ମନୋରଂଜନ ପାଇଁ ବିଭିନ୍ନ ସୁବିଧା ଉପଲବ୍ଧ କରାଯାଇଛି। ଚଳିତ ବର୍ଷ ହ୍ରଦର ଜଳସ୍ତର ବିଶେଷ ମାତ୍ରାରେ ହ୍ରାସ ପାଇଛି। ଏଣୁ ପୂର୍ବଭଳି ସେଠାରେ ବୋଟିଂ ସହିତ ଅନ୍ୟାନ୍ୟ ଜଳକ୍ରୀଡ଼ା କରିବା ସମ୍ଭବ ହୋଇପାରୁ ନାହିଁ। ଏଣୁ ସେଗୁଡ଼ିକ ସାମୟିକ ଭାବେ ବନ୍ଦ ରଖାଯାଇଛି। ଜଳସ୍ତର କମିବାରୁ ହ୍ରଦରେ ମୋଟର ଚାଳିତ ବୋଟ୍‌ ଚାଲିପାରୁ ନାହିଁ। ବୋଟ୍‌ର ମେସିନ୍‌ରେ କାଦୁଅ, ପଙ୍କ ଲାଗି ଯାଉଛି। ଅନ୍ୟପଟେ କୂଳରେ ତିଆରି ହୋଇଥିବା କାଠ ପୋଲଗୁଡ଼ିକ ମଧ୍ୟ ନଷ୍ଟ ହୋଇଗଲାଣି।

ସେହିପରି ହ୍ରଦ ଭିତରେ ଜିଲ୍ଲା ପ୍ରଶାସନ ତରଫରୁ ଏକ କଂକ୍ରିଟ୍‌ ନିର୍ମାଣ (ତିନି ମହଲା କୋଠା) ନିର୍ମାଣ କରାଯାଉଛି। ଯାହାକି ବେଆଇନ ଦର୍ଶାଇ ଏନ୍‌ଜିଟିରେ ମାମଲା ରୁଜୁ ହୋଇଛି। ଆର୍ଦ୍ରଭୂମି ସଂରକ୍ଷଣ ଓ ପରିଚାଳନା ନିୟମାବଳୀ-୨୦୧୭ ଧାରା ୪ ଅନୁସାରେ ତାମ୍ପରା ହ୍ରଦରେ କୌଣସି ପ୍ରକାର ବେଆଇନ୍‌ ନିର୍ମାଣ ହୋଇପାରିବ ନାହିଁ। ନିୟମ ଅନୁସାରେ ହ୍ରଦର କୂଳ ଠାରୁ ୫୦ ମିଟର ସ୍ଥଳଭାଗ ଆଡ଼କୁ କୌଣସି ସ୍ଥାୟୀ ନିର୍ମାଣ କରାଯାଇ ପାରିବ ନାହିଁ। କିନ୍ତୁ ତାମ୍ପରାରେ ହ୍ରଦ ଭିତରେ ୩ମହଲା କୋଠା ନିର୍ମାଣ କରାଯାଉଛି। ହ୍ରଦ ନିକଟରେ ବିଡିଏ ତରଫରୁ ମଧ୍ୟ କିଛି କ୍ୟାବିନ୍‌ ତିଆରି ଚାଲିଛି। ଭବିଷ୍ୟତରେ ଏହା ଜଳାଶୟ ପ୍ରତି ବିପଦ ସୃ‌ଷ୍ଟି କରିବା ସହିତ ପ୍ରଦୂଷଣର କାରଣ ସାଜିବ। ଏହା ‌ଉପରେ ରୋକ୍‌ ଲଗାଇବା ପାଇଁ ୱାଇଲ୍ଡ ଲାଇଫ୍‌ ସୋସାଇଟିର ଅଫ୍‌ ଓଡ଼ିଶାର ସମ୍ପାଦକ ବିଶ୍ବଜିତ ମହାନ୍ତି ଗତବର୍ଷ ଏନ୍‌ଜିଟିରେ ପିଟିସନ୍‌ ଦାଏର କରିଥିଲେ। ଏନ୍‌ଜିଟି ପର୍ଯ୍ୟାୟ କ୍ରମେ ଏହାର ଶୁଣାଣି କରି କଂକ୍ରିଟ୍‌ ନିର୍ମାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବ୍ୟକ୍ତିଗତ ସତ୍ୟପାଠ ଦାଖଲ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe