ଲମତାପୁଟ: ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି.ଡ୍ୟାମ୍ର ଗୋଟିଏ ଗେଟ୍ ଖୋଲାଯାଇଛି। ଲଗାଣ ବର୍ଷା ଯୋଗୁ ଡ୍ୟାମ୍ର ଜଳଭଣ୍ଡାରରେ ଜଳସ୍ତର ବଢି ବିପଦ ସଙ୍କେତ ଛୁଇଁବା ପରେ ଗେଟ୍ ଖୋଲାଯାଇଛି ।
ଡ୍ୟାମ୍ର ୭ ନମ୍ବର ଗେଟ୍ ଖୋଲାଯାଇ ୨ ହଜାର କ୍ୟୁ ସେକ୍ ଜଳ ନିଷ୍କାସିତ କରାଯାଉଛି। ଡ୍ୟାମ୍ର କ୍ଷମତା ୨୫ ଶହ ୯୦ ଫୁଟ ଥିବାବେଳେ ବର୍ତ୍ତମାନ ୨୫ ଶହ ୮୯ ଫୁଟକୁ ଜଳସ୍ତର ଛୁଇଁଛି। ଆଗକୁ ବର୍ଷାର ପରିମାଣ ବଢିଲେ ଅନ୍ୟ ଗେଟ୍ ଗୁଡିକ ଖୋଲାଯିବ ବୋଲି ପ୍ରକଳ୍ପ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।
Follow Us