ସାବେରୀ ଫୁଲିଲା; ଗୁପ୍ତେଶ୍ୱର ପ୍ରବେଶ ପଥରେ ପାଣି

ସାବେରୀ ଫୁଲିଲା; ଗୁପ୍ତେଶ୍ୱର ପ୍ରବେଶ ପଥରେ ପାଣି

ବୈପାରିଗୁଡା: ଗତ ତିନିଦିନ ଧରି ଲାଗିରହିଥିବା ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଏହାର ପ୍ରଭାବ ପ୍ରସିଦ୍ଧ ଶୈବପୀଠ ‘ଗୁପ୍ତେଶ୍ୱର’ ଠାରେ ମଧ୍ୟ ଦେଖିବାକୁ ମିଳିଛି। ଗତ ଶନିବାର ସନ୍ଧ୍ୟାରୁ ବର୍ଷା ଲାଗି ରହିଥିବା ଯୋଗୁ ବୈପାରିଗୁଡା ବ୍ଲକର ବିଭିନ୍ନ ନଦୀ ଏବଂ ନାଳରେ ବେଳକୁ ବେଳ ପାଣି ବଢ଼ିବା ସାଙ୍ଗକୁ କୂଳ ଛୁଇଁବା ଆରମ୍ଭ ହୋଇଯାଇଛି। ଆଜି ସକାଳୁ ଅନବରତ ବର୍ଷା ଫଳରେ ଗୁପ୍ତେଶ୍ୱର ପୀଠରେ ପାଣିର ସୁଅ ଚାଲିଥିବା ଦେଖିବାକୁ ମିଳିଥିଲା। ଲୋକେ ପାଣି ଭିତରେ ଚାଲିଚାଲି ଯିବାଆସିବା କରୁଥିବା ବେଳେ ଦୋକାନ ବଜାର ପାଣି ଘେରରେ ଏକପ୍ରକାର ଜଳବନ୍ଦୀ ଅବସ୍ଥାକୁ ଚାଲି ଆସିଥିଲା।

ଆଜି ବି ବହୁ କାଉଡ଼ିଆ ଗୁପ୍ତେଶ୍ୱର ଠାରେ ଜଳାଭିଷେକ ପାଇଁ ପହଞ୍ଚିଥିବା ଦେଖିବାକୁ ମିଳିଛି। ଅନ୍ୟ ଦିଗରେ ଗୁପ୍ତେଶ୍ୱରକୁ ଲାଗି ବହି ଯାଉଥିବା ସାବେରୀ ନଦୀ ମଧ୍ୟ କୂଳ ଛୁଇଁଛି। ଗାଧୁଆ ତୁଠର ପାହାଚ ସବୁ ପାଣିରେ ବୁଡ଼ି ରହିଛି। ସାବେରୀ ଏକ ପାହାଡୀ ନଦୀ ହୋଇଥିବା ବେଳେ ଉପରମୁଣ୍ଡରେ ଭାରି ବର୍ଷା ହେବା ଯୋଗୁ ଏବେ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି। ଆଗକୁ ବର୍ଷା ନକମିଲେ ଗୁପ୍ତେଶ୍ୱରର ଅବସ୍ଥା ବେହାଲ ହୋଇଯିବାର ଆଶଙ୍କା ରହିଛି। ଗୁପ୍ତେଶ୍ୱରରେ ରହିଥିବା ବ୍ୟବସାୟୀ ମାନଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ଆଶଙ୍କା କରାଯବା ସହ ପ୍ରଶାସନ ତରଫରୁ ବିହିତ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe