୫୫ ନମ୍ବର ଜାତୀୟ ରାଜପଥରେ ୨ ଫୁଟ୍‌ ପାଣି! ପଥଚାରୀ ହନ୍ତସନ୍ତ

Advertisment
୫୫ ନମ୍ବର ଜାତୀୟ ରାଜପଥରେ ୨ ଫୁଟ୍‌ ପାଣି! ପଥଚାରୀ ହନ୍ତସନ୍ତ

ମେରାମଣ୍ଡଳୀ: ବିଗତ କିଛି ଦିନ ହେଲା ରାଜ୍ୟସାରା ବର୍ଷା ହେଉଛି। ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ତୁହାକୁ ତୁହା ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଭଳି ସ୍ଥିତିରେ କଟକରୁ ସମ୍ବଲପୁରକୁ ଯୋଡୁଥିବା ୫୫ ନମ୍ବର ଜାତୀୟ ରାଜପଥ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ବର୍ଷା ଜଳ ଯୋଗୁଁ ଜାତୀୟ ରାଜପଥରେ ଲହଡି ମାରୁଛି। ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବିଆରଜି ଛକ ଠାରୁ ଆରମ୍ଭ କରି ସାମଲ ପେଟ୍ରୋଲ ପମ୍ପ ଜାତୀୟ ରାଜପଥରେ ଏବେ ଜଳମଗ୍ନ ଦେଖାଯାଇଛି। ଫଳରେ କେଉଁଠି ରାସ୍ତା କେଉଁଠି ଖାଲ ଲୋକମାନେ ଜାଣିବା ମୁସ୍କିଲ ହୋଇପଡ଼ିଛି। ଏପରିସ୍ଥଳେ କେତେବେଳେ ଯେ କାହାର ଜୀବନ ଯିବ ସେନେଇ ମଧ୍ୟ କୁହାଯାଇନପାରେ।

ଗତକାଲି ରାତିରେ ୫୫ ନମ୍ବର ଜାତୀୟ ରାଜପଥର ଏହି ସ୍ଥାନରେ ପ୍ରାୟ ୨ ଫୁଟରୁ ଅଧିକ ପାଣି ରହିଥିଲା। ଉଭୟ କଟକ ଓ ସମ୍ବଲପୁର ପାର୍ଶ୍ବରୁ ଶତାଧିକ ଗାଡ଼ି ଲାଇନ୍‌ ହୋଇ ରହିଥିଲା। ରାତି ସମୟରେ ବସ୍‌, ଟ୍ରକ୍‌ ଓ କାର ଚାଳକମାନେ ପାଣି ଭିତରେ ସେମାନଙ୍କର ଯାନବାହନ ନେବାକୁ ସାହସ କରି ନଥିଲେ। ଜଳସ୍ତର ସାମାନ୍ୟ ହ୍ରାସ ପାଇବା ପରେ ଗାଡ଼ିଗୁଡ଼ିଏ ଏବେ ପାଣିକୁ ଅତିକ୍ରମ କରି ଚାଲୁଛି। 

ଉଚିତ ସମୟରେ ଜାତୀୟ ରାଜପଥର ନିର୍ମାଣ ତଥା ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି। ତେବେ ଏହି ଅଞ୍ଚଳକୁ ଶିଳ୍ପ ସଂବୃଦ୍ଧ ଅଞ୍ଚଳ କୁହାଯାଉଥିବା ବେଳେ ଦିନ ତମାମ ସହ ସହ ଗାଡି ଏହି ରାସ୍ତାରେ ଯାତାୟାତ କରନ୍ତି। ବର୍ଷାଜଳ ରାସ୍ତାରୁ ନିଷ୍କାସନ ହୋଇ ନ ପାରିବାରୁ ଏହି ସମସ୍ୟା ଉପୁଜିଛି। ତେଣୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କର ଅସ‌ନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe