ସାମାନ୍ୟ ବର୍ଷାରେ ସୋନଗଡ଼ ବ୍ରିଜ ଉପରେ ଜମିଲା ପାଣି

Advertisment
ସାମାନ୍ୟ ବର୍ଷାରେ ସୋନଗଡ଼ ବ୍ରିଜ ଉପରେ ଜମିଲା ପାଣି

ଦେଓଗାଁ: ଶନିବାର ଅପରାହ୍ଣରେ ଦେଓଗାଁ ଅଞ୍ଚଳରେ ପବନ ବହିବା ସହ ଝିପି ଝିପି ବର୍ଷା ହୋଇଥିଲା। ତେବେ ଏହି ସାମାନ୍ୟ ବର୍ଷାରେ ବି ବରଗଡ଼ - ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥର ଦେଓଗାଁ ସୋନଗଡ଼ ବ୍ରିଜ ଉପରେ ପାଣି ଜମିଥିବା ଦେଖିବାକୁ ମିଳିଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ଥିଲେ ହେଁ ସେଥିରେ ବାଲି ଜମି ଥିବାରୁ ପାଣି ନିଷ୍କାସନ ହୋଇ ନ ପାରି ପୋଲ ଉପରେ ଜମି ରହିଛି।

ଏହା ସହ ପୋଲରେ ଥିବା କିଛି ଖାଲଖମାରେ ବି ବର୍ଷା ଜଳ ଭରି ରହିଛି। ଫଳରେ ଲୋକମାନେ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ତୁରନ୍ତ ଖାଲଖମା ମରାମତି କରାଯିବା ସହ ବାଲି ହଟାଇ ଜଳ ନିଷ୍କାସନ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe