ଜୀବନ ସହ ଖେଳ: ନାଳ ଭିତରେ ଯାଇଛି ପାଣି ପାଇପ୍, ଜଳ ପ୍ରଦୂଷଣ ହେବା ସହ ଧନଜୀବନ କ୍ଷତି ହେବାର ଆଶଙ୍କା

ଜୀବନ ସହ ଖେଳ: ନାଳ ଭିତରେ ଯାଇଛି ପାଣି ପାଇପ୍, ଜଳ ପ୍ରଦୂଷଣ ହେବା ସହ ଧନଜୀବନ କ୍ଷତି ହେବାର ଆଶଙ୍କା

ସମ୍ବଲପୁର : ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ଏବେ ପ୍ରତି ଘରକୁ ପାଇପ ଜଳ ଯୋଗାଣ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ସମ୍ବଲପୁର ସହର ମଧ୍ୟରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ବିଭିନ୍ନ ୱାର୍ଡ଼ର ପଡ଼ା ମାନଙ୍କୁ ପାଣି ପାଇପ୍ ସଂଯୋଗ ହୋଇଛି। ମାତ୍ର ଏହି ପାଣି ପାଇପ ଗୁଡ଼ିକ କେଉଁଠି ନର୍ଦ୍ଦମା ଭିତରୁ ଯାଇଛି ତ ଆଉ କେଉଁଠି ସେପଟିକ ନାଳ ଭିତରୁ ଯାଇ ଘରେ ପଶିଛି। ଅନେକ ପାଇପ ଲାଇନ୍ ଭୂତଳ ନର୍ଦ୍ଦମା ଦେଇ ମଧ୍ୟ ଯାଇଛି।

ଏହି ପାଇପ ଦେଇ ପାନୀୟ ଜଳ ଯୋଗାଣ ହେଉଥିବା ବେଳେ ଏହି ପାଇପ୍ ନର୍ଦ୍ଦମା ଭିତର ଦେଇ ଯାଉଥିବାରୁ ଏହି ପାଣିର ବିଶୁଦ୍ଧତାକୁ ନେଇ ଏବେ ସଂଦେହ ସୃଷ୍ଟି ହେଉଛି। ନର୍ଦ୍ଦମା ଭିତରେ ଅତି ବିପଦଜନକ ଭାବରେ ପାଇପ୍ ଗୁଡ଼ିକ ଥିବାରୁ ପାନୀୟ ଜଳ ପ୍ରଦୂଷଣ ହେବାର ଯଥେଷ୍ଟ ଆଶଙ୍କା ରହିଛି। ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ପାନୀୟ ଜଳ ପ୍ରଦୂଷିତ ହୋଇ ବହୁ ଲୋକ ଜଣ୍ଡିସ ରୋଗରେ ସଂକ୍ରମିତ ହୋଇଛନ୍ତି। ଆଗକୁ ମୌସୂମୀ ଋତୁ ଆସୁଥିବା ବେଳେ ନାଳ ଭିତର ଦେଇ ଯାଉଥିବା ପାନୀୟ ଜଳ ପାଇପର ପାଣି ପ୍ରଦୂଷିତ ହୋଇ ଧନଜୀବନ କ୍ଷତି ହେବାର ଆଶଙ୍କା ଥିବାରୁ କର୍ତ୍ତୃପକ୍ଷ ଦହର ମଧ୍ୟରେ ଏକ ସ୍ବତନ୍ତ୍ର ଅନୁଧ୍ୟାନ କରି ନାଳ ମଧ୍ୟରେ ଥିବା ପାଇପ୍ ଲାଇନ୍ ଗୁଡ଼ିକୁ ତୁରନ୍ତ ବଦଳାଇବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe