ବଦଳୁଛି ପାଣିପାଗ, ପ୍ରଭାବିତ ହେଉଛନ୍ତି ଚାଷୀ: ପାଣି ପାଇଁ ଡହଳ ବିକଳ ହେବେ ପନ୍ଦର ହଜାର ଲୋକ

ବଦଳୁଛି ପାଣିପାଗ, ପ୍ରଭାବିତ ହେଉଛନ୍ତି ଚାଷୀ: ପାଣି ପାଇଁ ଡହଳ ବିକଳ ହେବେ ପନ୍ଦର ହଜାର ଲୋକ

ଘୁ.ଉଦୟଗିରି: ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନରେଖା ପାଲଟିଥିବା ସିର୍କୀ ଡ୍ୟାମ୍‌ ଶ୍ରାବଣ ମାସରେ ଶୁଖିଲା ପଡ଼ିଛି। ଚାଷୀଙ୍କ ଭାତ ହାଣ୍ଡିର ମୁଖ୍ୟ ସହଯୋଗୀ ଜଳ ଯୋଗାଉଥିବା ସିର୍କୀ ଡ୍ୟାମ୍‌ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଶୁଖିଲା ପଡ଼ିଛି। ଦିନକୁ ଦିନ ଡ୍ୟାମ୍‌ର ଜଳସ୍ତର କମିବାରେ ଲାଗିଛି। ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଠିକ ସମୟରେ ବର୍ଷା ନହେବା ଯୋଗୁଁ ସବୁ ସମସ୍ୟା ଆରମ୍ଭ ହୋଇଯାଉଛି। ସ୍ଥାନୀୟ ଅଞ୍ଚଳରେ ପ୍ରତ୍ୟକ ବର୍ଷ ଭଲ ବର୍ଷା ହୁଏ। ଶ୍ରାବଣରେ ସିର୍କୀ ଡ୍ୟାମ୍‌ର ପାଣି ଉଛୁଳି ଥିବା ବେଳେ ଚଳିତ ବର୍ଷ ଶୁଖିଲା ପଡ଼ିଛି। ଜମିକୁ ପାଣି ପହଂଚୁନି।

publive-image

ଜଳବାୟୁ ପରିବର୍ତ୍ତନ ସହ କ୍ଷଦ୍ର ଜଳସେଚନ ବିଭାଜନର ଖାମଖିଆଲ ମନୋଭାବ ଯୋଗୁଁ ସମସ୍ୟା ଦ୍ୱିଗୁଣିତ ହୋଇଛି। ଡ୍ୟାମ୍‌ରୁ କେନାଲକୁ ପାଣି ଛାଡ଼ିବା ନିମନ୍ତେ ଏକ ଯନ୍ତ୍ର ଲାଗିଛି। ହେଲେ ଲାଗିଥିବା ଯନ୍ତ୍ରର ଚାବି ନିଖୋଜ ହୋଇଯାଇଛି। ଏହାଦ୍ୱାରା ଅନାବଶ୍ୟକ ଭାବେ ଜଳ ନଷ୍ଟ ହେବାରେ ଲାଗିଛି। ଅହରହ ପାଣି ଡ୍ୟାମ୍‌ ବାହାରକୁ ବୋହି ଚାଲିଛି। ଜମିକୁ ପାଣି ନାହିଁ। ଅନ୍ୟପଟେ ସିର୍କୀ ଡ୍ୟାମ୍‌ରୁ ସ୍ଥାନୀୟ ସହରକୁ ପାନୀୟ ଜଳ ଯୋଗାଣ କରାଯାଉଥିବା ବେଳେ ଡ୍ୟାମ୍‌ରେ ଖୋଳା ଯାଇଥିବା ଇଣ୍ଟେକ ୱେଲକୁ ପାଣି ଆସିବା ନିମନ୍ତେ ଖୋଳା ଯାଇଥିବା କେନାଲ ଏବେ ଶୁଖିଗଲାଣି ଦିନକୁ ଦିନ ଜଳ ସ୍ଥର କମି କମି ଯାଉଛି। ବର୍ତ୍ତମାନ କେନାଲରେ ପାଣି ବନ୍ଦ ହେବା ଯୋଗୁଁ ଡ୍ୟାମ୍‌ ଭିତରକୁ ପାଇପ ପକାଯାଇ ମଟର ସାହାଯ୍ୟରେ ପାଣି ଉଠା ଯାଉଛି। କିଛି ଦିନ ଭିତରେ ସମ୍ପୂର୍ଣ୍ଣ ପାଣି ଶୁଖିଯିବା ସମ୍ଭାବନା ଦେଖାଦେଇଛି। ଡ୍ୟାମ୍‌ ନିର୍ମାଣ ପରଠାରୁ ସିର୍କୀ ଡ୍ୟାମ୍‌ ଏହିଭଳି ଶୁଖିବା ପ୍ରଥମ ଥର ଦେଖିବାକୁ ମିଳିଛି। ଡ୍ୟାମ୍‌କୁ ପାହାଡ଼, ପର୍ବତ ଉପରୁ ବିଭିନ୍ନ ଜଳ ସ୍ରୋତ ଦ୍ୱାରା ପାଣି ଆସିଥାଏ। ହେଲେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚୁଆ, ଝରଣା ସୁଖୀ ଯାଇଛି। ଜଳ ସ୍ରୋତ ଆଉ ନାହିଁ। ଏତେବଡ଼ ଡ୍ୟାମ୍‌ ହେଲେ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ପ୍ରଭାବିତ ହୋଇ ଶୁଖିଲା ପଡ଼ିଥିବା ଯୋଗୁଁ ଆଗାମୀ କିଛି ଦିନ ଭିତରେ ନିୟମିତ ବର୍ଷା ନହେଲେ ପରିସ୍ଥିତି ବିଗିଡ଼ି ଯିବ। ଚାଷୀ ଜମିକୁ ପାଣି ପାଇବେ ନାହିଁ ସ୍ଥାନୀୟ ସହରବାସୀ ଟୋପାଏ ପିଇବା ପାଣି ପିଇବାକୁ ପାଇବେ ନାହିଁ।

ଅନ୍ୟ ଖବର ପଢ଼ନ୍ତୁ: ବର୍ଷା ଅଭାବରୁ ଶୁଖିଗଲାଣି ରୁଆ ବିଲ; ପାଣି ଅପେକ୍ଷାରେ ବେତନଟୀ ବ୍ଲକରେ ୫୨୦୫ ହେକ୍ଟର ଜମି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe