ପାଣି ପାଇଁ ଦହଗଞ୍ଜ, ଚୁଆ ଭରସା

Advertisment
ପାଣି ପାଇଁ ଦହଗଞ୍ଜ, ଚୁଆ ଭରସା

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଭଗାମୁଣ୍ଡା ପଞ୍ଚାୟତ ନୂଆଗାଁ ମାତାଳସାହି ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଛି। ଏହି ସାହିରେ ୧୫ ଟି ପରିବାର ବାସ କରୁଛନ୍ତି। ସାହିକୁ ସବୁଦିନିଆ ରାସ୍ତା ନାହିଁ କି ପାନୀୟଜଳ ବ୍ୟବସ୍ଥା ନାହିଁ। ବର୍ଷବର୍ଷ ଧରି ସାହିବାସୀ ଚୁଆପାଣି ପିଇ ଶୋଷ ମେଣ୍ଟାଉଛନ୍ତି।

ଗ୍ରୀଷ୍ମଋତୁରେ ପାଣି ପାଇଁ ସାହିବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାହିରେ ପାନୀୟଜଳ ବ୍ୟବସ୍ଥା ସାଙ୍ଗକୁ ରାସ୍ତା ନିର୍ମାଣ ପାଇଁ ଲୋକେ ବାରମ୍ବାର ପଞ୍ଚାୟତରେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଉ ନାହିଁ। ତୁରନ୍ତ ଏଠାରେ ଏକ ନଳକୂପ ଖନନ କରିବା ସହ ସାହିକୁ ରାସ୍ତା ନିର୍ମାଣ କରିବାକୁ ନିମାଇଁ ମାଝୀ, ପୀତାମ୍ବର ମୁର୍ମୁ, ବିରାମ ମାଝୀ, ଜୁଝାର ମାଝୀ, ରାଜକିଶୋର ମାଝୀ, ରାମରାଏ ମାଝୀ, ଘନଶ୍ୟାମ ପାତ୍ର, କୁନି ମାଝୀ, କୁନା ମହାକୁଡ଼, ମିନତି ମାଝୀ, ରିନ୍ଦୀ ମାଝୀ, ରାଧିକା ମାଝୀ, ସୁକାନ୍ତୀ ମାଝୀ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe