କେଲେମାହା ଅଙ୍ଗନୱାଡ଼ି କେନ୍ଦ୍ରରେ ପାଣି ସମସ୍ୟା ଗୁରୁତର,ଦୀର୍ଘ ବର୍ଷ ହେଲା ଏକ ମାତ୍ର ନଳକୂପ ଅଚଳ

Advertisment

କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ଅନ୍ତର୍ଗତ କେଲେମାହା ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟ ଜଳ ସମସ୍ୟା ଗୁରୁତର ହେବାରେ ଲାଗିଛି । ଅଙ୍ଗନୱାଡ଼ି କେନ୍ଦ୍ରରେ ଏକମାତ୍ର ନଳକୂପ ବହୁତ ଦିନ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି...

Updated On

କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ଅନ୍ତର୍ଗତ କେଲେମାହା ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟ ଜଳ ସମସ୍ୟା ଗୁରୁତର ହେବାରେ ଲାଗିଛି । ଅଙ୍ଗନୱାଡ଼ି କେନ୍ଦ୍ରରେ ଏକମାତ୍ର ନଳକୂପ ବହୁତ ଦିନ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି...

ଅଦ୍ୟତନ ହୋଇଛି
Water problem is serious in Kelemoha Anganwadi Center, only one tube well has been idle for many years

Water problem is serious in Kelemoha Anganwadi Center, only one tube well has been idle for many years Photograph: (sambad.in)

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ଅନ୍ତର୍ଗତ କେଲେମାହା ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟ ଜଳ ସମସ୍ୟା ଗୁରୁତର ହେବାରେ ଲାଗିଛି । ଅଙ୍ଗନୱାଡ଼ି କେନ୍ଦ୍ରରେ ଏକମାତ୍ର ନଳକୂପ ବହୁତ ଦିନ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି ।

ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ନଳକୂପ ମରାମତି ପାଇଁ ଦାବି କରିଥିଲେ ମଧ୍ୟ ଏଯାଏଁ ପାନୀୟ ଜଳ ସମସ୍ୟା ସମାଧାନ ହୋଇପାରୁ ନଥିବା କହିଛନ୍ତି ।

କୁନି କୁନି ପିଲାମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଥିସହ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ କରିବା ଏବଂ ପିଲାଙ୍କ ପିଇବା ପାଣି ବହୁ ଦୂରରୁ ବୋହି ଆଣି ଦେବାକୁ ପଡ଼ୁଛି । 

ଅଧିକ ପଢ଼ନ୍ତୁ: ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ: ଥାନାରେ ଅଭିଯୋଗ

ବହୁ ଦିନ ଧରି ନଳକୂପ ଅଚଳ ଥିଲେ ମଧ୍ୟ ମରାମତି କରାଯାଇ ନାହିଁ। ଅଙ୍ଗନୱାଡ଼ି କେନ୍ଦ୍ର ମୋଟ ୩୮ ଜଣ ଛାତ୍ର ଛାତ୍ରୀ ପଢ଼ୁଥିବା ବେଳେ ପାନୀୟ ଜଳ ସମସ୍ୟା ଯୋଗୁଁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର  କେଲେମାହା  ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟ ଜଳ ସୁବିଧା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ: ଚତୁର୍ଥୀ ପୂର୍ବରୁ ଜୀବନ ହାରି ଦେଲେ ନବଦମ୍ପତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe