ବନ୍ୟା ସ୍ଥିତିର ସମୀକ୍ଷା କଲେ ଜଳ ସମ୍ପଦ ମନ୍ତ୍ରୀ

Advertisment
ବନ୍ୟା ସ୍ଥିତିର ସମୀକ୍ଷା କଲେ ଜଳ ସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ। ଏହାସହିତ ସ୍ଥାନୀୟ ରାଜୀବ ଭବନରେ ଥିବା ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟଠାରେ ବିଭିନ୍ନ ନଦୀର ଜଳ ପ୍ରବାହ, ବିପଦ ସଂକୁଳ ସ୍ତର ଓ ବନ୍ୟା ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ, ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ସମୀକ୍ଷା କରିବାବେଳେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ମହାନଦୀର ଯୋବ୍ରାଠାରେ ୯୫ଟି ଗେଟ୍‌ ରହିଛି। ୭୯ଟି ସ୍ପିଲ୍‌ ଓ୍ବେ ଏବଂ ଅବଶିଷ୍ଟ ସ୍ଲୁଇସ୍‌ ଗେଟ୍‌। ବର୍ତ୍ତମାନ ଏସବୁ ଗେଟ୍‌ ଦେଇ ଜଳ ପ୍ରବାହିତ ହେଉଛି। ବିରୂପାରେ ୧୨ଟି ସ୍ପିଲ୍‌ ଓ ୩ଟି ସ୍ଲୁଇସ୍‌ ଗେଟ୍‌ ରହିଛି। ଏସବୁ ଗେଟ୍‌ ବି ଖୋଲା ଅଛି। ମହାନଦୀ ଓ ବିରୂପାରେ ଅଧିକ ଜଳ ପ୍ରବାହିତ ହେବାକୁ ଥିବାରୁ ମହନଦୀ ଅବବାହିକାରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା ରହିଛି। ନଦୀ ବନ୍ଧଗୁଡ଼ିକରେ ଘଳିଆ ଯାଞ୍ଚ କରିବାକୁ ଅଧିକାରୀ ଓ ଯନ୍ତ୍ରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ସ୍ଥାନରେ ଘାଇ ସୃଷ୍ଟି ହେଲେ ଜନସାଧାରଣଙ୍କ ଅଭିଯୋଗ ଆଧାରରେ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟରେ ଥିବା କର୍ମଚାରୀମାନେ ସଜାଗ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଶନିବାର ପୂର୍ବାହ୍ନରେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ୍‌ ବନ୍ୟା ସ୍ଥିତିକୁ ନେଇ ଏକ ଯୁଗ୍ମ ସମୀକ୍ଷା କରିଥିଲେ। ବନ୍ୟା ପରବର୍ତ୍ତୀ ସମୟରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ କିପରି ଯୁଦ୍ଧ କାଳୀନ ଭିତ୍ତିରେ କରାଯିବ ତା ଉପରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe