ପୁରୀ, ଭୁବନେଶ୍ୱର ଓ କଟକରେ ଆଜି ସଂଧ୍ୟା ସୁଦ୍ଧା ଜଳଯୋଗାଣ ପ୍ରାୟତଃ ସ୍ୱାଭାବିକ ହୋଇଛି ବୋଲି ଟ୍ଵିଟ୍‌ କରି ଜଣାଇଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ 

Advertisment
ପୁରୀ, ଭୁବନେଶ୍ୱର ଓ କଟକରେ ଆଜି ସଂଧ୍ୟା ସୁଦ୍ଧା ଜଳଯୋଗାଣ ପ୍ରାୟତଃ ସ୍ୱାଭାବିକ ହୋଇଛି ବୋଲି ଟ୍ଵିଟ୍‌ କରି ଜଣାଇଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ 

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’କୁ ପାଞ୍ଚ ଦିନ ହୋଇଗଲାଣି।  ବାତ୍ୟା ବିଭୀଷିକା ପରେ ଏହି ପାଞ୍ଚ ଦିନ ମଧ୍ୟରେ ପୁରୀ, ଭୁବନେଶ୍ୱର ଓ କଟକର ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ପରେ ଧୀରେ ଧୀରେ ସେମାନଙ୍କ ଅବସ୍ଥାରେ ସୁଧାର ଆଣିବା ଲାଗି ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର। ପ୍ରଥମେ ବିପର୍ଯ୍ୟସ୍ତ ଅଞ୍ଚଳରେ  ଜଳ ଯୋଗାଣକୁ ଗୁରୁତ୍ୱ ଦେଇଛନ୍ତି ସରକାର।

ଫନି ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା  ପୁରୀରେ ଜଳଯୋଗାଣ ସ୍ୱାଭାବିକ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଫନି ପୂର୍ବବର୍ତ୍ତୀ ଅବସ୍ଥାରେ ଜଳ ଯୋଗାଣ ଯେଭଳି ଥିଲା ପୁରୀରେ ସ୍ଥିତି ସେଭଳି ରହିଛି ବୋଲି କୁହାଯାଇଛି।  ଶକ୍ତିଶାଳୀ ଡିଜେଲ୍‌ ଜେନେରେଟର୍‌ ବ୍ୟବହାର କରାଯାଇ ପାଣି ଉଠାଇବା ପରେ ବିଭିନ୍ନ ସ୍ଥାନକୁ ଜଳ ଯୋଗାଣ କରାଯାଇଛି। ପୁରୀ ବାସିନ୍ଦାଙ୍କର ପାଣି ସମସ୍ୟାରେ ଆଜି ସୁଦ୍ଧା ପ୍ରାୟତଃ ସୁଧାର ଅଣାଯାଇଛି।

ସେହପରି ଭୁବନେଶ୍ୱରରେ ମଧ୍ୟ ଜଳ ଯୋଗାଣରେ ବୃଦ୍ଧି ଘଟଇଛି। ଆଜି ସୁଦ୍ଧା ରାଜଧାନୀରେ ୧୮୪ ନିୟୁତ ଲିଟର ଜଳ ଯୋଗାଣ ହୋଇଛି। ‘ଫନି’ ପୂର୍ବରୁ ଦିନକୁ ୨୦୦ ଲଟିର ପାଣି ଯୋଗାଣ ହେଉଥିଲା। ଏହାବ୍ୟତୀତ ୧୬୯ଟି ପାଣି ଟ୍ୟାଙ୍କର୍‌ ବ୍ୟବହୃତ ହୋଇଛି।

କଟକରେ ଆଜି ସୁଦ୍ଧା ୮୦ ପ୍ରତିଶତ ଜଳ ଯୋଗାଣ ହୋଇପାରିଛି। ଏହା ବ୍ୟତୀତ ୩୬ଟି ପାଣି ଟ୍ୟାଙ୍କ୍‌ର ଦ୍ୱାରା ବି ଲୋକଙ୍କୁ ଜଳ ସେବା ଦିଆଯାଇଛି। କଟକରେ ମଙ୍ଗଳବାର ୮୦ ନିୟୁତ ଲିଟର ଯୋଗାଣ ହୋଇଥିବା ବେଳେ ଫନି ପୂର୍ବରୁ ସେଠାରେ ଦୈନିକ ୧୦୮ ଲିଟର ଜଳ ଯୋଗାଣ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe