ପର୍ଯ୍ୟଟକଙ୍କୁ ଜଳପ୍ରପାତ ମନା: ଗଜପତି ପର୍ଯ୍ୟଟନ ବିଭାଗର ନିଷ୍ପତ୍ତି

ପର୍ଯ୍ୟଟକଙ୍କୁ ଜଳପ୍ରପାତ ମନା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଗଜପତି ଜିଲ୍ଲା ପର୍ଯ୍ୟଟନ ବିଭାଗ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି। ଏନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି....

Waterfalls denied to tourists: Gajapati Tourism Department's decision

Waterfalls denied to tourists: Gajapati Tourism Department's decision

ଗଜପତି: ପର୍ଯ୍ୟଟକଙ୍କୁ ଜଳପ୍ରପାତ ମନା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଗଜପତି ଜିଲ୍ଲା ପର୍ଯ୍ୟଟନ ବିଭାଗ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି। ଏନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଲଗାଣ ବର୍ଷାରେ  ଗଜପତି  ଜିଲ୍ଲା ବେହାଲ ହେବାରେ ଲାଗିଛି। ବର୍ଷା ଯୋଗୁ ଜଳପ୍ରପାତ ଜଳସ୍ତର  ଢୁଛି। ତେଣୁ  ପର୍ଯ୍ୟଟକଙ୍କୁ ଜଳପ୍ରପାତ ଭିତରକୁ ଯିବାକୁ ବାରଣ  କରାଯାଇଛି।

ଏସମ୍ପର୍କରେ ପର୍ଯ୍ୟଟକ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶରେ ମୋହନା, କାଶୀନଗର, ରାଗଡ଼,ରା,ଉଦୟଗିରି, ନୂଆଗଡ଼, ଗୁମ୍ମା,ଗଜପତି ଆଦି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପର୍ଯ୍ୟଟକଙ୍କୁ ଜଳପ୍ରପାତ ନିକଟକୁ ନଛାଡ଼ିବାକୁ କୁହାଯାଇଛି।

Gajapati Tourism Department's decision
Gajapati Tourism Department's decision

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲାର ବନଚକୁଲିଆ ଗାଁର ଗୁଣ୍ଡିଚାଘାଇ ଜଳପ୍ରପାତରେ ଏକ ଦୁଃଖଦ ଘଟଣା ଘଟିଥିଲା।, ଯେଉଁଠାରେ ଜଣେ ଯୁବକ ପାଣିରେ ଭାସିଯାଇ ନିଖୋଜ ହୋଇଯାଇଥିଲେ।

ବଡ଼ସିଆଲିମାଲ ଗାଁର ସତ୍ୟପ୍ରକାଶ ନାମକ ଜଣେ ପୀଡିତ ବ୍ୟକ୍ତି ପାରାଦୀପରେ ଆମ୍ବୁଲାନ୍ସ ଡ୍ରାଇଭର ଭାବରେ କାମ କରୁଥିଲେ। ସେ ବନ୍ଧୁମାନଙ୍କ ସହିତ ଜଳପ୍ରପାତ ଦେଖିବାକୁ ଯାଇଥିଲେ ଏବଂ ଗାଧୋଇବା ସମୟରେ ଗଭୀର ପାଣିରେ ଖସି ପଡ଼ିଥିଲେ।

ପ୍ରୟାସ ସତ୍ତ୍ୱେ ସତ୍ୟପ୍ରକାଶଙ୍କ ପତ୍ତା ମିଳି ନଥିଲା। ସନ୍ଧାନ କାର୍ଯ୍ୟ ପାଇଁ ଅଗ୍ନିଶମ ବାହିନୀ ଦଳକୁ ନିୟୋଜିତ କରାଯାଇଛି। ବାଲେଶ୍ୱରର ସୋରୋ ଥାନା ଅଞ୍ଚଳରେ ସମାନ ଦୁର୍ଘଟଣା ପରେ ଏହା ଏକ ମାସ ମଧ୍ୟରେ ଏହା ଦ୍ୱିତୀୟ ଘଟଣା।

ତେଣୁ ଗଜପତି ଜିଲ୍ଲାରେ ଲଗାଣ ବର୍ଷାକୁ ଦୃଷ୍ଟିରେ ପର୍ଯ୍ୟଟନ ବିଭାଗ ଏହି ନିଷ୍ପତ୍ତି ନେଇଛି। ଉପରମୁଣ୍ଡରେ ବର୍ଷା ଯୋଗୁ ଜଳପ୍ରପାତଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହିତ ଜଳସ୍ରୋତ ପ୍ରଖର ହୋଇଥିବା ପ୍ରର୍ଯ୍ୟଟନ ବିଭାଗ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe