ଝଡ଼ତୋଫାନରେ ତରଭୁଜ ଫସଲ ନଷ୍ଟ

Advertisment
ଝଡ଼ତୋଫାନରେ ତରଭୁଜ ଫସଲ ନଷ୍ଟ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ଆଜି ଅପରାହ୍‌ଣରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଛି। ଖୁବ ଜୋରରେ ପବନ ବହିବା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ସହ ଚାଳଛପର ଉଡ଼ିଯାଇଛି। କୁଆପଥର ମାଡରେ ବ୍ୟାପକ ତରଭୁଜ ଓ ଆମ୍ବ ଫସଲ ନଷ୍ଟ ହୋଇଛି।

ଖୁଣ୍ଟାପଡ଼ା ଗ୍ରାମରେ ଭିକାରି ସାହୁଙ୍କ ଗୁହାଳ ଉପରେ ଏକ ଆମ୍ବଗଛ ପଡ଼ିଯିବାରୁ ୬ଟି ଗୋରୁ ଆହତ ହୋ‌ଇଛନ୍ତି। କେତେକ ସ୍ଥାନରେ ୧୫୦ ଗ୍ରାମରୁ ୨୫୦ ଗ୍ରାମ ଓଜନର କୁଆପଥର ପଡ଼ିଥିବା ଜଣାପଡିଛି। ଫଳରେ ତରଭୁଜ ଗୁଡ଼ିକ ଫାଟି ନଷ୍ଟ ହୋଇଛି। ଗଛରୁ ସବୁ ଆମ୍ବ ଝଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe