ଜଙ୍ଗଲରେ ଚାଲିଛି ପାଣିଟାଙ୍କି ନିର୍ମାଣ

Advertisment
ଜଙ୍ଗଲରେ ଚାଲିଛି ପାଣିଟାଙ୍କି ନିର୍ମାଣ

ହାଟଡ଼ିହି : ହାଟଡିହି ବ୍ଲକର କେ ବାଲିପାଳ ପଞ୍ଚାୟତର ସିଆଡି ମାଳିଆ (ଖ) ଓ ରାଇଘାଟିରେ ପାଣିଟାଙ୍କି ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି। ଜଂଗଲ ବିଭାଗର ବିନାନୁମତିରେ ଏହି ନିର୍ମାଣ କରାଯାଉଥିବା ଅଭିଯୋଗ ହେଉଛି। ଏବେ ମେଗା ୱାଟର ପ୍ରୋଜେକ୍ଟ ଯୋଜନାରେ ବିଭିନ୍ନ ସ୍ଥାନରେ ପାଣିଟାଙ୍କି ନିର୍ମାଣ କରାଯାଉଥିବା ବେଳେ ଏଠାରେ ମଧ୍ୟ ପାଣିଟାଙ୍କି ନିର୍ମାଣ ପାଇଁ ଦୁଇଟି ସ୍ଥାନରେ ବିରାଟ ବିରାଟ ଗାତ ଖୋଳା ଯାଇଛି। ଦୁଇଦିନ ହେଲା ଏକ ମେସିନି ସାହାଯ୍ୟରେ ଗାତ ଖେଳା ଯାଉଥିବାବେଳେ ସ୍ଥାନୀୟ ଲୋକେ ପଚାରିବାରୁ ଏହା ପାଣିଟାଙ୍କି ପାଇଁ ଖୋଳା ଯାଉଛି ବୋଲି ମେସିନ ଅପରେଟର କହିଥିଲେ।

ଏହା ହଦଗଡ ଅଭୟାରଣ୍ୟ ଅଞ୍ଚଳ ଭିତରେ ବୋଲି କୁହାଯାଉଛି। ଯଦି ହଦଗଡ ଅଭୟାରଣ୍ୟ ଅଞ୍ଚଳ ଭିତରେ କୌଣସି ନିର୍ମାଣ କାର୍ଯ୍ୟ ହେବ ତେବେ ଗ୍ରାମ ସଭା କରାଯାଇ ଜଙ୍ଗଲ ବିଭାଗ ପକ୍ଷରୁ ଅନୁମତି ଆଣିବାର ଆବଶ୍ୟକତା ଥିବାବେଳେ ଏଠାରେ ତାହା କରାଯାଇ ନାହିଁ ବୋଲି କୁହାଯାଉଛି। କିପରି ଓ କାହା ଇଙ୍ଗିତରେ ଏପରି କରାଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ହଦଗଡ ରେଞ୍ଜର ସୁମିତ କୁମାର ମହାନ୍ତିଙ୍କୁ ପଚାରିବାରେ ସେ ଏ ବାବଦରେ ଜାଣି ନଥିବା କହିଛନ୍ତି । ସେହିପରି ଆନନ୍ଦପୁର ଡିଏଫଓ ଅଜିତ ଶତପଥୀଙ୍କୁ ପଚାରିବାରେ ତାଙ୍କ ପାଖରେ କୌଣସି ଖବର ନାହିଁ ସେ ଏବାବଦରେ ବୁଝିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe