ଆଡଭୋକେଟ୍ସ ୱେଲଫେୟାର ଫଣ୍ଡ ଆକ୍ଟରେ ସଂଶୋଧନ ନେଇ ଗେଜେଟ ବିଜ୍ଞପ୍ତି, ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପାଇଁ ବାଟ ଫିଟିଲା

ଆଇନଜୀବୀ ସଂଘ ନିର୍ବାଚନ : ବାର୍ ପରିସରରେ ଉତ୍ସବ ଆୟୋଜନ ପାଇଁ ସମାବେଶ ଉପରେ କଟକଣା

Sambad English

କଟକ : ଓଡ଼ିଶା ଆଡଭୋକେଟ୍ସ ୱେଲଫେୟାର ଫଣ୍ଡ ଆକ୍ଟ, ୧୯୮୭ରେ ସଂଶୋଧନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗେଜେଟ‌ ନୋଟିଫିକେସନ୍ ପ୍ରକାଶ ପାଇଛି। ବିଧାନସଭା ଅଧିବେସନ ନଥିବା ବେଳେ ଅଧ୍ୟାଦେଶ ଆଣି ରାଜ୍ୟ ସରକାର ଏ ସଂପର୍କିତ ଆଇନରେ ସଂଶୋଧନ କରିଛନ୍ତି। ଓଡ଼ିଶା ଆଡଭୋକେଟ୍ସ ୱେଲଫେୟାର ଫଣ୍ଡ ଆକ୍ଟରେ ଧାରା ୧୬-କକୁ ଯୋଡା ଯାଇଛି। ପ୍ରକୃତିକ ଦୁର୍ବିପାକ, ମହାମାରୀ ଓ ଅନ୍ୟ ସମାନ ଅବସ୍ଥାରେ ଆର୍ଥିକ ସଂକଟରେ ଥିବା ଆଇନଜୀବୀଙ୍କୁ ରାଜ୍ୟ ଆଇନଜୀବୀ ପରିଷଦ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇ ପାରିବ ବୋଲି ଏହି ଧାରାରେ ଉଲ୍ଲେଖ କରାଯାଇଛି। କମିଟି ସହାୟତା ରାଶି ନିର୍ଦ୍ଧାରଣ କରିବା ‌ପରେ ଏହି ପାଣ୍ଠିରୁ ସହାୟତା ରାଶି ଆଇନଜୀବୀମାନଙ୍କୁ ପ୍ରଦାନ କରାଯାଇ ପାରିବ ବୋଲି ନୂଆ କରି ସଂଯୋଗ କରାଯାଇଥିବା ଧାରାରେ ସ୍ପଷ୍ଟ କରାଯାଇଛି। ଓଡ଼ିଶା ଆଡଭୋକେଟ୍ସ ୱେଲଫେୟାର ଫଣ୍ଡ ଆକ୍ଟରେ ସଂଶୋଧନ ପରେ ଏବେ କରୋନା ଭୂତାଣୁ ସଂକ୍ରମଣଜନିତ ସ୍ଥିତିରେ ଆର୍ଥିକ ସଂକଟ ଦେଇ ଗତି କରୁଥିବା ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ବାଟ ଫିଟିଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତ ମାର୍ଚ୍ଚ ମାସରୁ ରାଜ୍ୟର ଅଧିକାଂଶ ଅଦାଲତରେ ସ୍ବାଭାବିକ କୋର୍ଟ କାର୍ଯ୍ୟ ଏକ ପ୍ରକାର ବନ୍ଦ ରହିଥିବା ବେଳେ ଆଇନଜୀବୀମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପାଇଁ ଦାବି ହୋଇଥିଲା। ଏ ନେଇ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆଇନଜୀବୀଙ୍କ ନିକଟରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏ ନେଇ ରାଜ୍ୟ ଆଇନଜୀବୀ ପରିଷଦର ଜରୁରୀ ଆର୍ଥିକ ସହାୟତା କମିଟି ବୈଠକରେ ଆଲୋଚନା କରାଯାଇ କେତେକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ୱେଲଫେୟାର ଟ୍ରଷ୍ଟ କମିଟିରୁ ଅର୍ଥ ଆଣିବା ଲାଗି ସରକାରଙ୍କ ଅନୁମତି ଲୋଡିବା ପାଇଁ ଜୁଲାଇରେ ଅନୁଷ୍ଠିତ କମିଟି ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

ଆଇନରେ ତ୍ବରିତ ସଂଶୋଧନ ସଂପର୍କିତ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜାଙ୍କୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ, ଆଇନଜୀବୀ ଅଜୟ କୁମାର ବରାଳ, ପ୍ରଫୁଲ୍ଲ କୁମାର ରଥ ପ୍ରମୁଖ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe