We are considering the Supreme Court's verdict on the OTET issue: Minister of School and Public Education Photograph: (sambad.in)
ଭୁବନେଶ୍ବର: ସ୍କୁଲରେ ଅଙ୍ଗନୱାଡି ସାମିଲ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି,ଶିଶୁବାଟିକା ୩ କୁ ସ୍କୁଲରେ ସାମିଲ କରାଯାଇଅଛି। ଏବେ ବି ଶିଶୁ ବାଟିକା ୧ ଓ ୨ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଛି। ବର୍ତ୍ତମାନ ପରିପେକ୍ଷୀରେ ସବୁ ଅଙ୍ଗନୱାଡି ବନ୍ଦ କରି ସ୍କୁଲରେ ସାମିଲ ସମ୍ଭବ ନୁହେଁ। ପ୍ରାରମ୍ଭିକ ଭାବେ ସ୍କୁଲରେ ଶିଶୁ ବାଟିକା ୩ ଆରମ୍ଭ ହେବ।
୫ ବର୍ଷ ବୟସ ପରେ ପିଲା ଶିଶୁ ବାଟିକା ୩ରେ ନାମ ଲେଖାଇବେ । ୪୫ ହଜାର ସ୍କୁଲରେ ଶିଶୁ ବାଟିକା ୩ ଖୋଲାଯାଇଛି। ସବୁ ସ୍କୁଲରେ ଶିଶୁ ସେବିକା ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ସମୟରେରେ ନିର୍ଦ୍ଦେଶ ଆସିଲେ ଶିଶୁ ବାଟିକା ୧ ଓ ୨ ସାମିଲ ହେବ। ସବୁ ଅଙ୍ଗନୱାଡି ସାମିଲ ହେଲେ ଭିତ୍ତିଭୂମିର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି।
ଓଟିଇଟି ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟକୁ ବିଭାଗ ବିଚାର କରୁଛି। ରାଜ୍ୟରେ ଅନେକ ଶିକ୍ଷକ ଅଛନ୍ତି ଯେଉଁମାନେ ୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିଲେ। ସେତେବେଳେ ଓଟିଇଟି ନଥିଲା। ତେଣୁ କ’ଣ କରାଯାଇ ପାରିବ ତର୍ଜମା ଚାଲିଛି। ରିଭ୍ୟୁ ପିଟିସନ କରିବୁ କି ନାହିଁ ଅବା କ’ଣ କରିବୁ ତାହାର ବିଚାର ଚାଲିଛି। ଅନ୍ୟ ରାଜ୍ୟ କ’ଣ କରୁଛନ୍ତି ତାହାକୁ ସରକାର ତର୍ଜମା କରୁଛନ୍ତି। ପ୍ରାୟ ୭୫ ହଜାର ଶିକ୍ଷକ ଓଟିଇଟି କରି ନାହାନ୍ତି। ସରକାର ଶିକ୍ଷକଙ୍କ ସ୍ୱାର୍ଥକୁ ଦେଖୁଛନ୍ତି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।
Nityananda Gond
Follow Us