We don't do politics, we want women's safety: Congress Photograph: (sambad.in)
ଭୁବନେଶ୍ବର: ଏକ ସାମ୍ବାଦିକ ସମ୍ବିଳନୀରେ ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ଦାବି ଉଠାଇଛି। ଏହି ପ୍ରସଙ୍ଗ କଣ ଅପ୍ରସଙ୍ଗ କି ଆଗ ସରକାର କୁହନ୍ତୁ।
ରାଜ୍ୟ ସରକାର କାଳ ବିଳମ୍ବ ନ କରି ତୁରନ୍ତ ଗୃହ କମିଟି ଗଠନ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଗୃହ ପରିଚାଳନା କେମିତି ହୋଇପାରିବ ସେ ନେଇ ରାଜ୍ୟ ସରକାର ଆଗେଇ ଆସିବା କଥା। ସରକାରଙ୍କ ମନ୍ତ୍ରୀମାନେ କଂଗ୍ରେସ ଉପରେ ଯାହା ଅଭିଯୋଗ ଆଣିଛନ୍ତି ଆମେ ତାର ଉଚିତ୍ ଜବାବ ଦେବୁ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ଆମକୁ ଅସଭ୍ୟ ଭାଷାରେ ଗାଳି କଲେ। ତାଙ୍କର ବରିଷ୍ଠ ବିଧାୟକ ଆମର ସାର୍ଟ କଲର ଧରିଥିଲେ। ଏହା କଣ ବିଧାନସଭାରେ ଶୋଭା ପାଇଲା।
ହଁ ଆମେ ଅଷ୍ଟପ୍ରହରି କରୁଛୁ,ଶାନ୍ତି ପାଇଁ ବିଧାନସଭାରେ ଘଣ୍ଟ ଆଉ ବଇଁଶୀ ବଜେଇଛୁ ତମେମାନେ ସଚେତନ ହେବ ଆଉ ଧର୍ମର ଜୟ ହେବ।
ଅଧିକ ପଢ଼ନ୍ତୁ: ଓଡ଼ିଶା ଆମ୍ବ ବିଦେଶକୁ ପଠାଯିବ
ଆମେ ସଂଖ୍ୟାରେ କମ୍ ପଞ୍ଚୁ ପାଣ୍ଡବ ଭଳି। ତେଣୁ ଦ୍ରୌପଦୀଙ୍କ ବସ୍ତ୍ର ହରଣ ଏଠି ହେଉଛି। ଆମେ ଶତ୍ରୁର ପକ୍ଷ ଛେଦନ କରିବୁ। ଆମେ ରାଜନୀତି କରୁନୁ ନାରୀ ସୁରକ୍ଷା ଚାହୁଁଛୁ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଅଧିକ ପଢ଼ନ୍ତୁ: କେବେ ଫେରିବେ ବୁମରା? ଜାଣନ୍ତୁ କଣ କହିଲେ ସହାୟକ ପ୍ରଶିକ୍ଷକ
congress | OPCC
Follow Us