ବିରୋଧୀଙ୍କୁ ସାମ୍ନା କରିବାକୁ ଶାସକ ଦଳ ପ୍ରସ୍ତୁତ: ଅମର ଶତପଥୀ

Advertisment
ବିରୋଧୀଙ୍କୁ ସାମ୍ନା କରିବାକୁ ଶାସକ ଦଳ ପ୍ରସ୍ତୁତ: ଅମର ଶତପଥୀ

Kalinga TV

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ବିରୋଧୀ ଦଳକୁ ସାମ୍ନା କରିବାକୁ ଶାସକ ଦଳ ପ୍ରସ୍ତୁତ ଅଛି। ବିଜୁ ଜନତା ଦଳ (ବିଜେଡି) ବିଧାୟକ ଦଳ ବୈଠକ ପରେ ବରିଷ୍ଠ ନେତା ତଥା ବଡ଼ଚଣା ବିଧାୟକ ଅମର ଶତପଥୀ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। କୋଭିଡ ନିୟମ ମାନି ଗୃହ ପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ବୋଲି ସେ କହିଛନ୍ତି। ଶ୍ରୀ ଶତପଥୀ କହିଛନ୍ତି ଯେ, ବିରୋଧୀଙ୍କ କୌଣସି ବି ପ୍ରସଙ୍ଗର ସମ୍ମୁଖୀନ ହେବାକୁ ଶାସକ ଦଳ ପ୍ରସ୍ତୁତ ଅଛି। କୃଷି ବିଲ ନେଇ ରାଜ୍ୟସଭାରେ ଯାହା ଆଭିମୁଖ୍ୟ ଥିଲା, ତାହା ଜାରି ରହିବ।

ଆସନ୍ତାକାଲି (ମଙ୍ଗଳବାର) ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ବିଧାନସଭା ଆରମ୍ଭ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଓ ବିଧାନସଭା ଅଧିବେଶନ ପାଇଁ ପାସ୍ ମିଳିଥିବା ସାମ୍ବାଦିକ ଓ କ୍ୟାମେରାମ୍ୟାନ ମାନଙ୍କର କୋଭିଡ୍ ପରୀକ୍ଷା କରାଯାଇଛି । ଏଥିରେ ମୋଟ ୭୫୭ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୭ ଜଣଙ୍କ ନମୁନାରେ ପଜିଟିଭ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ମୋଟ ୪୦ ଜଣ ବିଧାୟକ ଥିବା ବେଳେ ଏହି ତାଲିକାରେ ୯ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି ।

publive-image image source-odishaassembly.nic.in

ବିଧାନସଭା ଅଧିବେଶନ ପୂର୍ବରୁ ବିଧାନସଭା ପରିସରକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଛି । ଏହା ସହ ବିଧାନସଭା ଭିତରେ ସବୁ ବିଧାୟକଙ୍କ ଟେବୁଲ ଆଗରେ ଏକ କାଚର ପ୍ଲେଟ୍ ଲଗାଯାଇଛି । ପରିସର ଭିତରକୁ ଯିବା ପୂର୍ବରୁ ମାସ୍କ, ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ପ୍ରଥମ ଥର ପାଇଁ ବିଧାନସଭା ଭିତରେ ବାଚସ୍ପତ୍ତିଙ୍କ ପୋଡିୟମ ବ୍ୟବସ୍ଥାକୁ ହଟା ଯାଇଛି । ଅନ୍ୟ ଅଧିବେଶନ ଭଳି କେହି ବି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ହଟ୍ଟଗୋଳ କରିପାରିବେ ନାହିଁ । ଅନ୍ୟପଟେ ସଂସଦ ଢାଞ୍ଚାରେ ଅଧିବେଶନର ସମୟ ସୀମାକୁ କାଣ୍ଟଛାଣ୍ଟ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe