ପରିବେଶ ସୁସ୍ଥ ରହିଲେ ଆମେ ବଞ୍ଚିପାରିବା: କୃଷ୍ଣଚନ୍ଦ୍ର

‘ମାଟି, ପାଣି ଓ ପବନ ଦୂଷିତ ହେଲେ ଆମେ ରୋଗଗ୍ରସ୍ତ ହେବା। ଆଜି ପରିବେଶ ଦୂଷିତ କାରଣରୁ ଆର୍ଯ୍ୟପଲ୍ଲୀରେ ଡେଙ୍ଗୁ ବ୍ୟାପିଛି। ଏଥିପାଇଁ ଆମେ ହିଁ ଦାୟୀ। ପରିବେଶ ଯେତିକି ଦୂଷିତ ହେବ ଆମ ସମାଜ ପ୍ରତି ସେତିକି ବିପଦ ଆସିବ।

jgdjdgdgjdgj

ଛତ୍ରପୁର/ବ୍ରହ୍ମପୁର: ‘ମାଟି, ପାଣି ଓ ପବନ ଦୂଷିତ ହେଲେ ଆମେ ରୋଗଗ୍ରସ୍ତ ହେବା। ଆଜି ପରିବେଶ ଦୂଷିତ କାରଣରୁ ଆର୍ଯ୍ୟପଲ୍ଲୀରେ ଡେଙ୍ଗୁ ବ୍ୟାପିଛି। ଏଥିପାଇଁ ଆମେ ହିଁ ଦାୟୀ। ପରିବେଶ ଯେତିକି ଦୂଷିତ ହେବ ଆମ ସମାଜ ପ୍ରତି ସେତିକି ବିପଦ ଆସିବ। ଏଦିଗରେ ସମସ୍ତେ ସଚେତନ ହେବା ଆବଶ୍ୟକ। କାରଣ ପରିବେଶ ସୁସ୍ଥ ରହିଲେ ଆମେ ବଞ୍ଚିପାରିବା’।  ‘ସମ୍ବାଦ’ ତରଫରୁ ଆୟୋଜିତ ଛତ୍ରପୁର ନିର୍ବାଚନମଣ୍ଡଳୀସ୍ତରୀୟ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏହା କହିଛନ୍ତି।

ଆର୍ଯ୍ୟପଲ୍ଲୀଗ୍ରାମସ୍ଥିତ ଓଁକାରେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀ ନାୟକ କହିଛନ୍ତି, ପରିବେଶର ସୁରକ୍ଷା ପାଇଁ ପ୍ରତ୍ୟେକ ଘରୁ ଉଦ୍ୟମ ହେବା ଦରକାର। ଏଭଳି ହେଲେ ପୂରା ସହରର ପରିମଳ ବ୍ୟବସ୍ଥା ସୁଧୁରିଯିବ। ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନରେ ରହିଥିବା ଗୋପାଳପୁର ବନ୍ଦର, ଆଇଆର୍‌ଇ ଓ ଟାଟା ସହିତ ଅନ୍ୟାନ୍ୟ କମ୍ପାନି ଜରିଆରେ ଯଦି କିଛି ପ୍ରଦୂଷଣ ହେଉଛି ତା’ର ସମାଧାନ ପାଇଁ ଆମେ କମ୍ପାନି କର୍ତ୍ତୃପକ୍ଷଙ୍କୁ କହିବା। 

ମୁଖ୍ୟବକ୍ତା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା କହିଛନ୍ତି, ବର୍ଷାର ଘୋର ଅଭାବ  ଦେଖାଦେଲାଣି। ଏଭଳି ସ୍ଥିତିରେ ଆମେ ବର୍ଷକୁ ୩୬୫ ଦିନ ପାଣି ପାଇବା ବୋଲି କେମିତି ଆଶା କରିବା? ସେହିଭଳି ଋଷିକୁଲ୍ୟା ନଦୀ ଶୁଖିଲା ପଡ଼ିଛି। ତାକୁ ବଞ୍ଚାଇବାକୁ ହେଲେ ନଦୀର ପାଣିକୁ ସଂରକ୍ଷିତ ରଖିବାକୁ ପଡ଼ିବ। ଶ୍ରୀ ପଣ୍ଡା ମହାନଦୀ-ଋଷିକୁଲ୍ୟା ସଂଯୋଗୀକରଣ ପ୍ରସ୍ତାବ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଛତ୍ରପୁର ବ୍ଲକ୍ ଉପାଧ୍ୟକ୍ଷ ଏସ୍. ସାରଦା ରେଡ୍ଡୀ, ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ଆର୍ଯ୍ୟପଲ୍ଲୀ ସରପଞ୍ଚ ତ୍ରିଲୋଚନ ବେହେରା ଓ ଆର୍ଯ୍ୟପଲ୍ଲୀର ଯୁବ ସମାଜସେବୀ ଏନ୍. ଦୀନବନ୍ଧୁ ଯୋଗଦେଇ ପରିବେଶ ସୁରକ୍ଷା ଦିଗରେ ସାମୂହିକ ଉଦ୍ୟମର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ‘ସମ୍ବାଦ’ ଗଞ୍ଜାମ ଜିଲ୍ଲା ପ୍ରତିନିଧି ସୁଦୀପ୍ତ ଷଡ଼ଙ୍ଗୀ ସଭା ସଂଯୋଜନା ଓ ଛତ୍ରପୁର ବ୍ଲକ୍ ପ୍ରତିନିଧି ବସନ୍ତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe