ଏମଏସପି କ୍ଷେତ୍ରରେ‌ ସ୍ୱାମୀନାଥନ୍‌ କମିଟି ସୁପାରିସ କାର୍ଯ୍ୟକାରୀ ପାଇଁ ଆମେ ଲଢ଼େଇ ଜାରି ରଖିବୁ : ମୁଖ୍ୟମନ୍ତ୍ରୀ

Advertisment
ଏମଏସପି କ୍ଷେତ୍ରରେ‌ ସ୍ୱାମୀନାଥନ୍‌ କମିଟି ସୁପାରିସ କାର୍ଯ୍ୟକାରୀ ପାଇଁ ଆମେ ଲଢ଼େଇ ଜାରି ରଖିବୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  କୃଷି ବିଲ ନେଇ ବିଜୁ ଜନତା ଦଳର ରାଜ୍ୟସଭାରେ ଯାହା ଆଭିମୁଖ୍ୟ ଥିଲା, ତାହା ଜାରି ରହିବ।  କୃଷି ବିଲ୍‌ରେ ଥିବା ବ୍ୟବସ୍ଥାର ଅନୁଧ୍ୟାନ ଲାଗି ଦଳ  ପକ୍ଷରୁ ଏକ କମିଟି ଗଠନ କରାଯିବ । ଏହି କମିଟିରେ ବିଧାୟକ, ସାଂସଦ ଓ ଜଣାଶୁଣା କୃଷକ ନେତା ରହିବେ। ରାଜ୍ୟ ସରକାର ଏମଏସପି ବ୍ୟବସ୍ଥାରେ ଏମ୍‌ଏସ୍‌ ସ୍ୱାମୀନାଥନ୍‌ କମିଟିର ସୁପାରିସ ଲାଗୁ କରାଇବାକୁ ବଦ୍ଧପରିକର।   ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ବସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହା କହିଛନ୍ତି। ବିଧାନସଭାରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ଚାଷୀଙ୍କୁ ସର୍ବନିମ୍ନ ସମର୍ଥନ ମୂଲ୍ୟ ନେଇ ଏମ୍‌ଏସ୍‌ ସ୍ୱାମୀନାଥନ୍‌ କମିଟି ସୁପାରିସ ଲାଗୁ ପାଇଁ ଆମେ ଲଢ଼େଇ ଜାରି ରଖିବୁ। 

ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ନୀତି ନେଇ ଦଳ ଏକ କମିଟି ଗଠନ କରିଛି। ଶିକ୍ଷାର ବିଭିନ୍ନ ଦିଗ ନେଇ ସମୀକ୍ଷା କରାଯିବ। କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ନୀତି ଲାଗୁ ହେଲେ ବି ଆମେ ମାତୃଭାଷାର ସୁରକ୍ଷା ଓ ବିକାଶ ପାଇଁ କାମ କରିବୁ। ଗ୍ରାମାଂଚଳ ଛାତ୍ରଛାତ୍ରୀମାନେ ନୂତନ ଶିକ୍ଷା ନୀତିରୁ କେମିତି ଉପକୃତ ହେବେ, ସେ ନେଇ ଆମେ ଆକଳନ କରିବୁ।

ସୂଚନାଯୋଗ୍ୟ, ଆସନ୍ତାକାଲି ଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅଧିବେଶନ ପୂର୍ବରୁ ବିରୋଧୀ ଦଳକୁ ସାମ୍ନା କରିବାକୁ ଶାସକ ଦଳ ପ୍ରସ୍ତୁତ ଅଛି ବୋଲି ଆଜି ଶାସକ ଦଳ ବିଧାୟକ ତଥା ବରିଷ୍ଠ ନେତା ଅମର ଶତପଥୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। କୋଭିଡ ନିୟମ ମାନି ଗୃହ ପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ବୋଲି ସେ କହିଛନ୍ତି। ଶ୍ରୀ ଶତପଥୀ କହିଛନ୍ତି ଯେ, ବିରୋଧୀଙ୍କ କୌଣସି ବି ପ୍ରସଙ୍ଗର ସମ୍ମୁଖୀନ ହେବାକୁ ଶାସକ ଦଳ ପ୍ରସ୍ତୁତ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe