ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିକୁ ଆମର ପୂର୍ଣ୍ଣ ସମର୍ଥନ ଅଛି: ବିଜେଡି

Advertisment
୨୦୨୪ ନିର୍ବାଚନକୁ ନେଇ ଏବେଠୁ ଅଙ୍କକଷା

ଭୁବନେଶ୍ବର : ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ବିଜେଡିର ପୂର୍ଣ୍ଣ ସମର୍ଥନ ରହିଛି। ଏହି ଦାବି ପୂରଣ ପାଇଁ ଗଠିତ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଯୁକ୍ତିଯୁକ୍ତ ଦାବିକୁ ଶୁଣିବା ସହ ସକରାତ୍ମକ ଆଲୋଚନା କରିଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ କହିଛନ୍ତି।

ପଦ୍ମପୁର ଉପନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେପି ଚାଷୀ କାର୍ଡ ଖେଳୁଛି। ଠିକ୍‌ ଏହି ସମୟରେ ବି‌ଜେଡି ପଦ୍ମପୁରବାସୀଙ୍କ ଦୀର୍ଘ ଦିନର ଦାବିକୁ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛି।

ଶନିବାର ଦିନ ଶ୍ରୀ ସିଂହ କହିଛନ୍ତି ଯେ, ପଦ୍ମପୁର ଜିଲ୍ଲା ଗଠନ ପାଇଁ ଥିବା କ୍ରିୟାନୁଷ୍ଠାନ କମିଟି ତାଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଭୌଗଳିକ ସ୍ଥିତି ଦୃଷ୍ଟିରୁ ପଦ୍ମପୁର ଏକ ବଡ଼ ଅଞ୍ଚଳ। ତେଣୁ ଏଭଳି ଦାବି ପ୍ରତି ବିଜେଡିର ପୂର୍ଣ୍ଣ ସମର୍ଥନ ରହିଛି। ଶ୍ରୀ ସିଂହ କହିଛନ୍ତି ଯେ, ବିଜୁ ପଟ୍ଟନାୟକ ଓଡ଼ିଶାର ୧୩ଟି ଜିଲ୍ଲାକୁ ୩୦ଟି ଜିଲ୍ଲାରେ ପରିଣତ କରିଥିବାବେଳେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ୪ଟି ଜିଲ୍ଲା ହୋଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟରେ ଜିଲ୍ଲା ପୁର୍ନଗଠନବେଳେ ପଦ୍ମପୁରକୁ ନିଶ୍ଚିତ ଭାବେ ଜିଲ୍ଲା ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଆଗାମୀ ଦିନରେ ଏହି ଦାବି ନେଇ ଆମେ ସକରାତ୍ମକ ଭାବେ ଲଢ଼ିବୁ। ପଦ୍ମପୁର ଯେଭଳି ଭାବେ ଜିଲ୍ଲାର ମାନ୍ୟତା ପାଇବ ସେଥିପାଇଁ ଆମେ ପ୍ରଚେଷ୍ଟା ଜାରି ରଖିବୁ ବୋଲି ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe