ନବଜାତକକୁ ଶୌଚାଳୟରେ ଛାଡ଼ି ଛୁ’!

Advertisment

ଶିଶୁର ଚାରିପାଖରେ ଟଣାଯାଇଥିଲା ଖଡ଼ିଗାର, ବାପାମା’ଙ୍କୁ ପୁଲିସର ପଚରାଉଚରା

ଶିଶୁର ଚାରିପାଖରେ ଟଣାଯାଇଥିଲା ଖଡ଼ିଗାର, ବାପାମା’ଙ୍କୁ ପୁଲିସର ପଚରାଉଚରା

‘ଜାତୀୟ କନ୍‌କ୍ଲେଭ୍‌: ମନ୍‌ କୀ ବାତ୍‌ ୧୦୦’ କାର୍ଯ୍ୟକ୍ରମ ବେଳେ ହେଲା ପ୍ରସବ ବେଦନା; ପୁଅ ଜନ୍ମକଲେ ବିଶିଷ୍ଟ ଅତିଥି

Image Courtesy of Latestly

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ କ୍ଲିନିକ୍‌ର ଶୌଚାଳୟରୁ ଆଜି ନବଜାତ ଶିଶୁକୁ ସ୍ଥାନୀୟ ପୁଲିସ ସହାୟତାରେ ଚାଇଲ୍ଡଲାଇନ୍ କର୍ମକର୍ତ୍ତା ଉଦ୍ଧାର କରିଛନ୍ତି। ତା’ର ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ଏମ୍‌କେସିଜି ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବଜାତ ଶିଶୁଟିକୁ ତା’ର ବାପାମା’ ଶୌଚାଳୟରେ ଛାଡ଼ି ଚାଲିଯାଇଥିବା କୁହାଯାଉଛି। ‌ତେବେ, ପୁଲିସ ଏହାର ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ଅନୁସ‌ାରେ, ସମ୍ପୃକ୍ତ ଘରୋଇ କ୍ଲିନିକ୍‌ର ଶୌଚାଳୟରୁ ନବଜାତ ଶିଶୁଟିକୁ ଉଦ୍ଧାର କରାଯିବା ପରେ ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ କ୍ଲିନିକ୍ ମାଲିକଙ୍କୁ ନୋଟିସ୍‌ କରାଯାଇଛି। ଏଥିସହିତ, କ୍ଲିନିକ୍ କର୍ତ୍ତୃପକ୍ଷଙ୍କଠାରୁ ଶିଶୁର ବାପାମା’ଙ୍କ ପରିଚୟ ଆଣିବାପରେ ବୈଦ୍ୟନାଥପୁର ଥାନା ପୁଲିସ ସେମାନଙ୍କୁ ଥାନାକୁ ଡକେଇଥିଲା। କାହିଁକି ଶିଶୁକୁ ସାଥିରେ ନନେଇ ଚାଲିଯାଇଥିଲେ ସେନେଇ ପୁଲିସ ସେମାନଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି , ଚଟାଣରେ ଶିଶୁଟିକୁ ଗଡ଼ାଇ ଦିଆଯାଇଥିବା ବେଳେ ଚାରିପାଖରେ ଖଡ଼ିରେ ଗାର ଟଣାଯାଇଥିବା ଚାଇଲ୍ଡ ଲାଇନ୍‌ର ଜଣେ କର୍ମକର୍ତ୍ତା କହିଛନ୍ତି। ଶିଶୁଟିର ଚାରିପାଖେ ଖଡ଼ିରେ କିଏ ଗାର, ଟାଣିଥିଲା? ବାପାମା’ କାହିଁକି ନିଜର ଜନ୍ମିତ ଶିଶୁଟିକୁ ଛାଡ଼ି ଚାଲିଗଲେ? ସେମାନେ ଶୌଚାଳୟରେ ନେଇ ଛାଡ଼ି ଦେଇଥିଲେ ନା ଏହାପଛରେ ଅନ୍ୟ କାହାର ହାତ ରହିଛି? ଏସବୁକୁ ନେଇ ପୁଲିସ ତଦନ୍ତ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe