ଦୁର୍ବଳ ସଂଗଠନ ଲାଗି ହାରିଲୁ: ପିସିସି ସଭାପତି

ହିନ୍ଦୁ, ହିନ୍ଦୁତ୍ବ ଓ ଭାରତୀୟତା ଭିତରେ ଫରକ ନାହିଁ: ନିରଞ୍ଜନ

photo by : newindianexpress.com

ପିପିଲି ଉପନିର୍ବାଚନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ
୭ ଦିନରେ ବ୍ଲକ୍‌, ଜିଲ୍ଲା କଂଗ୍ରେସ କମିଟି ଗଠନ

ଭୁବନେଶ୍ବର : ବାଲେଶ୍ବର ଓ ତିର୍ତ୍ତୋଲରେ କଂଗ୍ରେସର ଖରାପ ପ୍ରଦର୍ଶନ ସମ୍ପର୍କରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସାଂଗଠନିକ ଦୁର୍ବଳତା ଲାଗି ଦଳ ହାରିଲା। ଆଜି କଂଗ୍ରେସ ଭବନରେ ପିପିଲି ଉପନିର୍ବାଚନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ପରେ ଶ୍ରୀ ପଟ୍ଟନାୟକ କହିଥିଲେ, ଆସନ୍ତା ୭ ଦିନ ଭିତରେ ପିପିଲି ପାଇଁ ବ୍ଲକ୍‌ କଂଗ୍ରେସ କମିଟି, ଏନ୍‌ଏସି କମିଟି ଓ ଜିଲ୍ଲା କଂଗ୍ରେସ କମିଟି ଗଠନ ହେବ। ପିପିଲିରେ ଦଳର ସାଂଗଠନିକ ସ୍ଥିତି ସଜାଡ଼ିବା ପରେ ଉପନିର୍ବାଚନ ପାଇଁ ପିସିସି ପକ୍ଷରୁ କମିଟି ଗଠନ କରି ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯିବ।

ଉଭୟ ଉପନିର୍ବାଚନରେ ଦଳର ପ୍ରଦର୍ଶନ ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ଲୋକେ ନିରୀହ। ରାଜ୍ୟବାସୀ ଆଜିରେ ବିଶ୍ବାସ କରନ୍ତି। ଗତକାଲି କଥା ମନେ ରଖନ୍ତି ନାହିଁ କି ଆସନ୍ତାକାଲି କଣ ହେବ ସେ ବିଷୟରେ ଚିନ୍ତା କରନ୍ତି ନାହିଁ। ରାଜ୍ୟବାସୀ ଭବିଷ୍ୟତ କଥା ଯେଉଁଦିନ ଚିନ୍ତା କରିବେ ସେହିଦିନ ଯାଇ ପରିବର୍ତ୍ତନ ଆସିବ।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ପିପିଲି ଉପନିର୍ବାଚନ ପାଇଁ ୪ଟି ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କୁ ପିସିସି ସଭାପତି ଦାୟିତ୍ବ ଦେଇଛନ୍ତି। ଏମାନେ ହେଲେ ପୁରୀ ଜିଲ୍ଲା ସଭାପତି, ଭୁବନେଶ୍ବର ଜିଲ୍ଲା ସଭାପତି, କଟକ ଜିଲ୍ଲା ସଭାପତି ଓ ଖୋର୍ଦ୍ଧା ଜିଲ୍ଲା ସଭାପତି। ଏହି ସଭାପତିମାନେ ପିପିଲି ପ୍ରତି ପଞ୍ଚାୟତ ବୁଲି ଲୋକମାନେ କିଭଳି ପ୍ରାର୍ଥୀ ଚାହୁଁଛନ୍ତି ସେ ନେଇ ଅନୁଧ୍ୟାନ କରିବେ। ଏଥରକ ଖୋଦ ପିସିସି ସଭାପତିଙ୍କ ନେତୃତ୍ବରେ ପିପିଲିରେ କଂଗ୍ରେସ ଉପନିର୍ବାଚନ ଲଢ଼ିବ। ସଭାପତି ଯାହାକୁ ଯେପରି ନିର୍ଦ୍ଦେଶ ଦେବେ ସେହି ଅନୁଯାୟୀ କାର୍ଯ୍ୟକ୍ରମ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe