ଶ୍ରୀଜଗନ୍ନାଥ ଚେତନାକୁ ନିଜ ଭିତରେ ଭର୍ତ୍ତି କରିବାକୁ ହେବ: ସୌମ୍ୟରଂଜନ

Advertisment

ଆମେ ସମସ୍ତେ ଏବେ ପ୍ରଚାର ଉପରେ ବିଶ୍ବାସ କରୁଛୁ। ତିନି ତୁଣ୍ଡରେ ଛେଳି କୁକୁର ନ୍ୟାୟରେ କଥାଟି କହିବାକୁ ଚାହୁଛୁ। କିନ୍ତୁ ଜଗନ୍ନାଥଙ୍କ ପ୍ରଚାର କରିବା ଅପେକ୍ଷା ଜଗନ୍ନାଥଙ୍କ ଚେତନାକୁ ନିଜ ଭିତରେ ଭର୍ତ୍ତି କରି ଘୂରି ବୁଲିଲେ, ସେ ଆପେ ଆପେ ପ୍ରଚାରିତ ହେବେ, ସୁବାସିତ ହେବେ।

ଆମେ ସମସ୍ତେ ଏବେ ପ୍ରଚାର ଉପରେ ବିଶ୍ବାସ କରୁଛୁ। ତିନି ତୁଣ୍ଡରେ ଛେଳି କୁକୁର ନ୍ୟାୟରେ କଥାଟି କହିବାକୁ ଚାହୁଛୁ। କିନ୍ତୁ ଜଗନ୍ନାଥଙ୍କ ପ୍ରଚାର କରିବା ଅପେକ୍ଷା ଜଗନ୍ନାଥଙ୍କ ଚେତନାକୁ ନିଜ ଭିତରେ ଭର୍ତ୍ତି କରି ଘୂରି ବୁଲିଲେ, ସେ ଆପେ ଆପେ ପ୍ରଚାରିତ ହେବେ, ସୁବାସିତ ହେବେ।

ddazx

ପୁରୀ: ଆମେ ସମସ୍ତେ ଏବେ ପ୍ରଚାର ଉପରେ ବିଶ୍ବାସ କରୁଛୁ। ତିନି ତୁଣ୍ଡରେ ଛେଳି କୁକୁର ନ୍ୟାୟରେ କଥାଟି କହିବାକୁ ଚାହୁଛୁ। କିନ୍ତୁ ଜଗନ୍ନାଥଙ୍କ ପ୍ରଚାର କରିବା ଅପେକ୍ଷା ଜଗନ୍ନାଥଙ୍କ ଚେତନାକୁ ନିଜ ଭିତରେ ଭର୍ତ୍ତି କରି ଘୂରି ବୁଲିଲେ, ସେ ଆପେ ଆପେ ପ୍ରଚାରିତ ହେବେ, ସୁବାସିତ ହେବେ। ଏଥିପାଇଁ ଶୋଭାଯାତ୍ରା କିମ୍ବା ମାଇକ୍‌ର ଆବଶ୍ୟକତା ନାହିଁ। ୪୮ତମ ପ୍ରାଦେଶିକ ଚାରଣ ସମ୍ମିଳନୀ-୨୦୨୫ ଅବସରରେ ଦୁଦୁୱାଲା ଧର୍ମଶାଳାରେ ଆୟୋଜିତ ଶ୍ରୀଜଗନ୍ନାଥ ଚେତନା ମହାଧିବେଶନର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ସେ ଆହୁରି କହିଥିଲେ ଯେ, ସାରା ଭାରତବର୍ଷରେ ଏକ ନକାରାତ୍ମକ ପବନ ବହୁଛି। ତାହାର ମହୌଷଧି ଏଇ ମହୋଦଧି କୂଳରେ ଅଛି। ଅନ୍ୟତମ ଅତିଥି ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ରଦାସ ମହାପାତ୍ର କହିଥିଲେ, ଏବେ ଆମ ପିଲା ଯୌଥ ପରିବାର କ’ଣ ଜାଣି ପାରୁନାହାନ୍ତି। ପରିବାର ଭିତରେ ସମ୍ପର୍କ ରହୁନି। ଶ୍ରୀଜଗନ୍ନାଥ ସଂସ୍କୃତି ଆମକୁ ଏହି ଯୌଥ ପରିବାର ସହ ପରିଚିତ କରାଇ ଆସୁଛି। ରତ୍ନବେଦିରେ ମହାପ୍ରଭୁ ପରିବାରବର୍ଗଙ୍କ ସହ ଉପବିଷ୍ଟ ହୋଇଛନ୍ତି। ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାର ହେଲେ ଭାଙ୍ଗିବାକୁ ବସିଥିବା ପରିବାର ହସି ଉଠିବ। 

୪୮ତମ ପ୍ରାଦେଶିକ ଚାରଣ ସମ୍ମିଳନୀ ଉଦ୍‌ଯାପିତ

ଶ୍ରୀଜଗନ୍ନାଥ ଚେତନା ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଅନୁଷ୍ଠାନର ଦଳପତି ଡ. ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ହଜାରରୁ ଊର୍ଦ୍ଧ୍ବ ଜଗନ୍ନାଥପ୍ରେମୀ ଯୋଗ ଦେଇଥିଲେ। ସମ୍ପାଦକ ଡ. ଶୁଭେନ୍ଦୁ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଥମ ଦିନରେ ରାଧାବଲ୍ଲଭ ମଠ ମହନ୍ତ ସ୍ୱାମୀ ରାମକୃଷ୍ଣ ଦାସ ମହାରାଜ ଓ ଦ୍ୱିତୀୟ ଦିନରେ ଚୈତନ୍ୟ ଚନ୍ଦ୍ର ଆଶ୍ରମ ମଠାଧୀଶ ଭକ୍ତିବିଜ୍ଞାନ ଅକିଞ୍ଚନ ମହାରାଜ, ପଣ୍ଡିତ ସୌମ୍ୟରଞ୍ଜନ ପଣ୍ଡାଙ୍କ ସମେତ ଶ୍ରୀମନ୍ଦିର ସେବାୟତ ସୁଦର୍ଶନ ପୂଜାପଣ୍ଡା ସାମନ୍ତ ଯୋଗ ଦେଇଥିଲେ। ବିଭିନ୍ନ ସତ୍ରରେ ଡ. ଭାସ୍କର ମିଶ୍ର, ବିଶ୍ୱନାଥ ସାମନ୍ତରା, ଆଦିତ୍ୟ ବାହିନୀ ଅଧ୍ୟକ୍ଷ ମାତୃପ୍ରସାଦ ମିଶ୍ର, ହରେକୃଷ୍ଣ ସିଂହାରୀ, ବିଚାରପତି ପ୍ରତିମା ପଣ୍ଡା, ଦାଶରଥି ଶତପଥୀ, ଶ୍ରୀମନ୍ତ ପଣ୍ଡା, ପଣ୍ଡିତ ଶେଷଦେବ ସାହୁ, ସଞ୍ଜୟ ଶତପଥୀ, ଡ. ସୌମ୍ୟଦର୍ଶନ ନାୟକ ଯୋଗ ଦେଇଥିଲେ। ଡ. ଗୁରୁପ୍ରସାଦ ମହାପାତ୍ର, ଚୁନରା ସେବକ ଡ. ଶରତ ମହାନ୍ତି ଓ କୁନା ତ୍ରିପାଠୀ ଶିବିରାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା। 

ସନ୍ଧ୍ୟାରେ ବାବା ଅଚ୍ୟୁତାନନ୍ଦ ଦାସଜୀ ପ୍ରବଚନ ଦେଇଥିଲେ‌। ଉଦ୍‌ଯାପକ ଭାବରେ ଏଡିଜି ଏସ୍. ପ୍ରବୀଣ କୁମାର ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବ୍ରହ୍ମାନନ୍ଦ ସରସ୍ୱତୀ, ବଳଭଦ୍ର ମହାପାତ୍ର ଓ ସନ୍ତୋଷ ମହାନ୍ତି, ପ୍ରସନ୍ନ ନାୟକ, ପ୍ରସନ୍ନ ବେଉରା ଯୋଗ ଦେଇଥିଲେ। ଲିଙ୍ଗରାଜ ପତି, କାହ୍ନୁଚରଣ ସାହୁ, ଭରତ ନାଥ, ହେମନ୍ତ କୁମାର ସୂତାର, ବିଚିତ୍ରାନନ୍ଦ ଦାଶ, ନରହରି ସାହୁ, ତରଣୀସେନ ଲେଙ୍କା, ରୀନାରାଣୀ ବେହେରା, ସଞ୍ଜୟ ରାଉତ, ଦେବାଶିଷ ସାହୁ, ପଣ୍ଡିତ ଗଣେଶ୍ୱର ପରିଡ଼ା, ବିଦ୍ୟାଧର ପୃଷ୍ଟି, ବଂଶୀଧର ପରିଡ଼ା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe