ଆମକୁ କୋଭିଡ ନିୟମ ପାଳନ କରିବାକୁ ପଡ଼ିବ: ଏମ୍ସ ନିର୍ଦ୍ଦେଶକ

Advertisment
ଆମକୁ କୋଭିଡ ନିୟମ ପାଳନ କରିବାକୁ ପଡ଼ିବ: ଏମ୍ସ ନିର୍ଦ୍ଦେଶକ

ଭୁବନେଶ୍ବର: ଚୀନ, ଜାପାନ, ଆମେରିକା, ଫ୍ରାନ୍ସରେ କୋଭିଡ ପରିସ୍ଥିତି ନେଇ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ ନିଜର ପ୍ରତିକ୍ରିୟା ରଖିଛନ୍ତି। ଆଗକୁ ଦେଶ ବିଦେଶରୁ ପର୍ଯ୍ୟଟକ ଓ ଖେଳାଳି ଆସିବେ। ଯେହେତୁ ବାହାରୁ ଆସିବେ ସେଥିପାଇଁ ରିକ୍ସ ରହିଛି। ତେଣୁ ଆମକୁ ସତର୍କ ରହିବାକୁ ପଡିବ। ଆମ ବଡ଼ିରେ ଦୁଇ ପ୍ରକାର ପ୍ରତିରୋଧକ ଶକ୍ତି ଅଛି। ଗୋଟିଏ ପ୍ରାକୃତିକ ଯାହା ବଡିରେ ପୂର୍ବରୁ ଅଛି, ଆଉ ଗୋଟିଏ ଟିକା ଦ୍ଵାରା। ତେଣୁ ଦୁଇ ଶକ୍ତି ବାହ୍ୟ ଶକ୍ତି ସହିତ ଲଢ଼ୁଛନ୍ତି। ଆମର କେତେବେଳେ ରୋଗ ପ୍ରତିରୋଧକ ଶକ୍ତି କମୁଛି ତ କେତେବେଳେ ବଢୁଛି। ତେଣୁ ଆମକୁ କୋଭିଡ ନିୟମ ମାନିବାକୁ ପଡ଼ିବ।

ସେହିପରି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଅନ୍ୟ ଦେଶରେ ସଂକ୍ରମଣ ବଢୁଛି । ଆମ ଦେଶର ବି କିଛି ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲାଣି। ତେଣୁ ଆମ ରାଜ୍ୟରେ ବି ବଢ଼ିବା ସମ୍ଭାବନା ରହିଛି, ବଢ଼ିବନି କହିବା ଭୁଲ ହେବ। ତେଣୁ ସଂକ୍ରମଣ ସହିତ ଲଢ଼େଇ କରିବାକୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ରାଜ୍ୟରେ ସର୍ଭିଲାନ୍ସ ଜାରି ରହିଛି। ପଜିଟିଭ ରେଟ ଖୁମ୍‌ କମ୍‌ ଅଛି। ହେଲେ ଏହା ଉପରେ ନଜର ରହିଛି। ହସ୍ପିଟାଲରେ ଏବେ ବେଡ ସଂଖ୍ୟା କମ୍‌ ଥିବା ବେଳେ ଆବଶ୍ୟକ ସ୍ଥଳରେ ଏହାକୁ ବଢ଼ାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe